ହନ୍ତାଲଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ମୃତ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ଶ୍ରମିକ ଙ୍କ ମୃତ ଘଟିଥିବା ସୂଚନା ମିଳୁଛି।ଦୁଇଜଣ ଶ୍ରମିକ ଟିପର ତଳେ ଚାପି ହୋଇଥିବା ସୂଚନା ମିଳୁଛି।ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡା ରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଟିପର ଟି ଯାଉଥିଲା। ହନ୍ତାଲଗୁଡ଼ା ଘାଟିରେ ଟିପର ର ବ୍ରେକ ଫେଲ ହୋଇଯିବାରୁ ଏହିପରି ଏକ ଦୁଃଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି।ଟିପର ରେ ୧୦ ରୁ ୧୨ ଜଣ ଶ୍ରମିକ ଥିବା ଜଣା ପଡ଼ୁଛି।ଦୃଘଟଣା ସ୍ଥଳରେ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ର କୁ ପାଠ ଯାଇଛି।ସେଠାରେ ପ୍ରାଥମିକ ଚିକିତ୍ସାପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି।

ad-week
Leave A Reply

Your email address will not be published.