ଦାରିଙ୍ଗବାଡିରେ ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡି,୨୫/୧୧: ଦାରିଙ୍ଗବାଡି ଡ଼କ୍ଟର ବି.ଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼ ପ୍ରତାପ ବେହେରାଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଅଧ୍ୟାପକ ନିମାଇ ଚରଣ ପଣ୍ଡା, ବବଲିନ ନାୟକ, ଭକ୍ତରାମ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲି ପୃଷ୍ଟିଙ୍କ ଅଧ୍ୟକ୍ଷତା କ୍ରମେ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା, ସରପଞ୍ଚ ଚନ୍ଦ୍ରିକା ମଲିକ, ବ୍ଲକ ମଙ୍ଗଳ ଅଧିକାରୀ ବିଶ୍ଵଜିତ ଜାଲି, ଅଧ୍ୟାପିକା ଶର୍ମିଷ୍ଠା ପ୍ରଧାନ, ଶ୍ରିନିତା ସୋନାଲିନ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନୁକୁ ଆଣିବା ପାଇଁ ରାଜ୍ୟ ସରକାର ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଖେଳ, ନାଚ, ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା, ଅଧ୍ୟାପକ ମାନେ ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.