ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ସାଇରାମରାଜ୍ୟ ସ୍ତରୀୟ ପାଓ୍ବାର ଲିଫ୍ଟରେ ଜିତିଲେ ସ୍ବର୍ଣ୍ଣ…

add-all

ହିଞ୍ଜିଳିକାଟୁ ,୨୭।୧୧(): ହିଞ୍ଜିଳିକାଟୁର ସାଇରାମ ଗୌଡ଼ (୨୬) ରାଜ୍ୟ ସ୍ତରୀୟ ପାୱାର ଲିଫ୍ଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ଜିମରେ ଟ୍ରେନର ପ୍ରଶିକ୍ଷଣ ପାଇଥିବା ସାଇରାମ ଚଳିତ ମାସ ୨୫ ଓ ୨୬ ତାରିଖରେ ବଲାଙ୍ଗୀର ଠାରେ ଏହି ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପାଓ୍ବାର ଲିଫ୍ଟରେ ୯୩ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରି ସ୍କ୍ୱାଟ୍ସରେ ୨୨୫ କିଲୋଗ୍ରାମ, ଡେଡଲିଫ୍ଟରେ ୨୧୦ କିଲୋଗ୍ରାମ ଏବଂ ବେଞ୍ଚ ପ୍ରେସରେ ୧୨୭.୫ କିଲୋଗ୍ରାମ ଉଠାଇ ପ୍ରଥମ ସ୍ଥାନ ଏବଂ ଗୋଲ୍ଡ ମେଡାଲ ପାଇଛନ୍ତି । ଏହି ରାଜ୍ୟ ସ୍ବ୍ତରୀୟ ପ୍ରତିଯୋଗିତା ରେ ସବ-ଜୁନିଅର, ଜୁନିଅର, ସିନିୟର ଏବଂ ମାଷ୍ଟର ବର୍ଗରେ ୫୩ କିଲୋଗ୍ରାମରୁ ୧୨୦ କିଲୋଗ୍ରାମ ପ୍ରତିଯୋଗିତା ରେ ୨ଶହରୁ ଉର୍ଦ୍ଧ୍ବ ପୁରୁଷ ଏବଂ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମରୁ ପ୍ରଶିକ୍ଷଣ ପାଇଥିବା ସାଇରାମ ଗୌଡ ଓ ଟ୍ରେନର ଦିଲୀପ କୁମାର ମିଶ୍ର ଆମ ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା। ବିଡ଼ିଓ ସୁବ୍ରତ କୁମାର ଜେନା, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ପ୍ରମୁଖ ସାଇରାମ ଓ ତାଙ୍କ ଟ୍ରେନର ଦିଲୀପ ମିଶ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.