ହିନ୍ଦୁସ୍ତାନ ଉପରେ ରାଜ କରିବେ ତେଲୁଗୁ ଲୋକ: ମନ୍ତ୍ରୀ ମଲା ରେଡ୍ଡୀ

add-all

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଆନିମଲ ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ। ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମ ରିଲିଜ ପୂର୍ବରୁ ପ୍ରି-ରିଲିଜ ଇଭେଣ୍ଟ ରଖାଯାଇଥିଲା | ଆଉ ଏଥିରେ ଯୋଗ ଦେଇଥିବା ମନ୍ତ୍ରୀ ମଲା ରେଡ୍ଡୀ ଏବେ ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମଲା ରେଡ୍ଡୀ ଯୋଗଦେଇ ମଞ୍ଚ ଉପରୁ ସାରା ଦେଶରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚ୍ୟାଲେଞ୍ଜ କରିଥିଲେ।

ମଞ୍ଚ ଉପରେ ମନ୍ତ୍ରୀ କହିଥିଲେ, ‘ରଣବୀର ଜୀ, ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମର ତେଲୁଗୁ ଲୋକମାନେ ଭାରତ, ବଲିଉଡ ଏବଂ ହଲିଉଡରେ ଶାସନ କରିବେ। ଏକ ବର୍ଷ ପରେ ଆପଣଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହେବାକୁ ପଡିପାରେ କାରଣ ବମ୍ବେ ପୁରୁଣା ହୋଇଯାଇଛି | ସେଠାରେ ଟ୍ରାଫିକ୍ ଜାମ୍ ହେଉଥିବାବେଳେ ସମଗ୍ର ଦେଶରେ କେବଳ ଗୋଟିଏ ସହର ବାକି ଅଛି ଏବଂ ତାହା ହେଉଛି ହାଇଦ୍ରାବାଦ | ଏହି ବକ୍ତବ୍ୟକୁ ନେଇ ଲୋକଙ୍କ ଭିତରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି |

ad-week
Leave A Reply

Your email address will not be published.