ମୁସଲିମ ବହୁଳ ଅଂଚଳରେ ଶୁକ୍ରବାର ସ୍କୁଲ ଛୁଟି, ରାମନବମୀ, ଜନ୍ମାଷ୍ଟମୀ ଛୁଟି ବାତିଲ…

add-all

nitish-750x430

ପଟନା: ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି, ଅର୍ଥାତ୍ ଯେଉଁ ଅଞ୍ଚଳରେ ଅଧିକ ମୁସଲମାନ ଜନସଂଖ୍ୟା ରହିଛି ଅର୍ଥାତ୍ ସେମାନଙ୍କ ସଂଖ୍ୟାଗରିଷ୍ଠତା ରହିଛି, ସେଠାରେ ଶୁକ୍ରବାର ସାପ୍ତାହିକ ଛୁଟି ରହିବ। ଶୁକ୍ରବାର ଦିନ ମୁସଲମାନମାନଙ୍କ ପାଇଁ ସରକାରୀ ସାପ୍ତାହିକ ଛୁଟି ଘୋଷଣା କରିବାରେ ବିହାର ଦେଶର ପ୍ରଥମ ରାଜ୍ୟ ହେବାର ସମ୍ଭାବନା ରହିଛି।

ଦେଶର କୌଣସି ସ୍ଥାନରେ ଏଭଳି ନିଷ୍ପତ୍ତି ହୋଇନଥିବା ବେଳେ ଏହି ନିଷ୍ପତ୍ତିର ଅର୍ଥ କ’ଣ ବୋଲି ପ୍ରଶ୍ନ ଉଠୁଛି। ବିଜେପି ଏହି ନିଷ୍ପତ୍ତିରେ ଏତେ ରାଗିଯାଇଛି ଯେ ଏବେ ନୀତୀଶ କୁମାର ବିହାରକୁ ମଧ୍ୟ ଇସଲାମିକ ରାଷ୍ଟ୍ର ଭାବେ ଘୋଷଣା କରନ୍ତୁ ବୋଲି ଦାବି କରିଛି।

ଏହି ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏହି ଆଦେଶ କେବଳ ଉର୍ଦ୍ଦୁ ସ୍କୁଲ କିମ୍ବା ମକତବୋଗୁଡ଼ିକ ପାଇଁ ନୁହେଁ, ବରଂ ମୁସଲମାନ ଅଧ୍ୟୁଷିତ ଅଞ୍ଚଳର ଯେକୌଣସି ସରକାରୀ ବିଦ୍ୟାଳୟ ପାଇଁ, ଯେଉଁଠାରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ରହିବ। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଥିବା ବେଳେ ଏଥିପାଇଁ ସେହି ଜିଲ୍ଲାର ଡିଏମଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଅର୍ଥାତ୍ ଯଦି ଡିଏମ୍ ରାଜି ହୁଅନ୍ତି ତେବେ କୌଣସି ବିଦ୍ୟାଳୟରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ଘୋଷଣା କରାଯାଇପାରିବ।

ad-week
Leave A Reply

Your email address will not be published.