‘ଏହା ଭାରତର ନୀତି ନୁହେଁ’ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତି ଅଭିଯୋଗ ଉପରେ କହିଲା ଭାରତ…

add-all

download

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହେବା ଭାରତ ସରକାରଙ୍କ ନୀତିର ବିପରୀତ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍ଇଏ) ଚିନ୍ତାଜନକ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସମଗ୍ର ମାମଲା ଭାରତ ସରକାରଙ୍କ ନୀତିର ବିପରୀତ।
ଆମେ ପୂର୍ବରୁ କହିସାରିଛୁ ଯେ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ଉପରେ ଆମେରିକା ସହ ଆଲୋଚନା ବେଳେ ଆମେରିକା ପକ୍ଷରୁ ସଂଗଠିତ ଅପରାଧୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମେଣ୍ଟ ସମ୍ପର୍କିତ କିଛି ସୂଚନା ପ୍ରଦାନ କରାଯାଇଛି। ଆମେ ଏଭଳି ସୂଚନାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଏବଂ ଉଚ୍ଚସ୍ତରରେ ନେଉଛୁ । ମାମଲାର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।
ଜଣେ ଭାରତୀୟ ଅଧିକାରୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଆମେରିକାର ଏକ ଅଦାଲତରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବା ଚିନ୍ତାର ବିଷୟ। ଆମେ ଏହା ପୂର୍ବରୁ କହିଛୁ ଏବଂ ମୁଁ ଦୋହରାଇବାକୁ ଚାହୁଁଛି ଯେ ଏହା ମଧ୍ୟ ସରକାରୀ ନୀତିର ବିପରୀତ ।
ସୂଚନାଯୋଗ୍ୟ ଯେ, ଶିଖ୍ ବିଚ୍ଛିନ୍ନତାବାଦୀ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ପଛପେ ଜଣେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ଥିବା ଆମେରିକାର ଫେଡେରାଲ ପ୍ରସିକ୍ୟୁଟରମାନେ ଅଭିଯୋଗ ଆଣିଛନ୍ତି। ୫୨ ବର୍ଷୀୟ ନିଖିଲ ଗୁପ୍ତାଙ୍କ ବିରୋଧରେ ପନ୍ନୁର ହତ୍ୟା ପାଇଁ ସୁପାରି ଦେବାର ଅଭିଯୋଗ କରିଛି ଆମେରିକା ।

ad-week
Leave A Reply

Your email address will not be published.