ଭୋଟ୍‌ ଗ୍ରହଣ ଦିନ ଜନତାଙ୍କୁ ଭୋଟ୍‌ ପାଇଁ ନିବେଦନ କରିଛନ୍ତି କେ. କବିତା: କଂଗ୍ରେସର ଅଭିଯୋଗ

add-all

kk-1

ହାଇଦ୍ରାବାଦ: ଆଜି ମତଦାନ ଦିନରେ ବି ‘ଭାରତ ରକ୍ଷା ସମିତି’ (ବିଆର୍‌ଏସ୍‌) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା ତାଙ୍କ ଦଳକୁ ଭୋଟ୍‌ ଦେବା ଲାଗି ଭୋଟର୍‌ମାନଙ୍କୁ ନିବଦେନ କରିଥିବା କଥା ‘କଂଗ୍ରେସ’ ନିର୍ବାଚନ କମିସନ୍‌ ନିକଟରେ ଅଭିଯୋଗ କରିଛି।
ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ଉପ-ସଭାପତି ତଥା ନିର୍ବାଚନ କମିସନ୍‌ ସମନ୍ବୟ କମିଟିର ଅଧ୍ୟକ୍ଷ ଜି. ନିରଞ୍ଜନ କହିଛନ୍ତି, ତାଙ୍କ ଦଳ ପାଇଁ ଜନସାଧାରଣଙ୍କୁ ଭୋଟ୍‌ ଦେବାକୁ କହି କବିତା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି।
ସେ କହିଛନ୍ତି, ବଞ୍ଜାରା ହିଲ୍‌ସ୍‌ସ୍ଥିତ ଡି.ଏ.ଭି. ସ୍କୁଲ୍‌ରେ ହୋଇଥିବା ବୁଥ୍‌ରେ ଭୋଟ୍‌ ଦେବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ବେଳେ କବିତା ‘ବିଆର୍‌ଏସ୍‌’ ପାଇଁ ଭୋଟ୍‌ ଦେବାକୁ ଭୋଟର୍‌ମାନଙ୍କୁ ନିବେଦନ କରି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଏକଥା ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶରାଜଙ୍କୁ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳ ୭ଟା ବେଳେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ସମୁଦାୟ ୧୦୬ ନିର୍ବାଚନ ମଣ୍ଡଳୀର ୩୫,୬୫୫ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଚାଲିଛି।
ଭାରତର ନିର୍ବାଚନ କମିସନ୍‌ର ସଦ୍ୟତମ ସୂଚନା ଅନୁସାରେ, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୬୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.