ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିଆରଏସକୁ ୩ ବର୍ଷ ଜେଲ ୫ ହଜାର ଜରିମାନା…

add-all

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ଆଜି ଏକ ଲାଂଚ ନେବା ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ବୌଦ୍ଦ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତର ଗ୍ରାମରୋଜଗାର ସେବକ ପାଣ୍ଡବ ମାହଲ (୪୩) କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦୋଷୀ ସାବ୍ୟସ୍ଥ କରି ୩ ବର୍ଷ ସଶ୍ରମ ଜେଲ ଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି । ଜରିମାନା ଅନାଦେୟ ତାକୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ଦଣ୍ଡାଦେଶ ପରେ ତାକୁ ୫୦ ହଜାର ଟଙ୍କାର ବେଲରେ ଛାଡି ଦେଇଛନ୍ତି ଅଦାଲତ । ପାଣ୍ଡବ ନାମରେ ଗତ ୨୧ ଅକ୍ଟୋବର ୨୦୧୯ ମସିହାରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ୨୯/୨୦୧୯ ରୁଜ୍ଜୁ ହୋଇଥିଲା । ଏହି ଆଧାରରେ ଭିଜିଲାନ୍ସ ବିଭାଗ ପାଣ୍ଡବକୁ କୋର୍ଟରେ ହାଜର କରାଇଥିଲା । ଅଭିଯୋଗ ପରେ ତାକୁ କାର୍ଯ୍ୟରୁ ବହିସ୍କାର କରାଯାଇଥିଲା । ସେ ଘଣ୍ଟାପଡାରେ ନିଜ ବାସଭବନରେ ରହିଥିଲା । ଆଜି ବିଚାରପତି ସେହି ମାମଲାର ବିଚାରଣା କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ମାଲାକୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି ରାମଦାସ ପରିଚାଳନା କରୁଥିଲେ ।

ad-week
Leave A Reply

Your email address will not be published.