ଇଡିରେ ହାଜର ହେବେନି କେଜ୍ରିୱାଲ…

add-all

kej

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ତାଙ୍କୁ ଇଡି ପକ୍ଷରୁ ଗୁରୁବାର ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ବୁଧବାର କେଜ୍ରିୱାଲ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି।

ସେ ୧୦ ଦିନ କାଳ ଧ୍ୟାନକେନ୍ଦ୍ର ବା ବିପାସନା କ୍ୟାମ୍ପରେ ରହିବେ। ଏହି ସମୟରେ ସେ କାହା ସହ ଯୋଗାଯୋଗ କରିବେ ନାହିଁ। ତେଣୁ ସେ ଇଡିର ସମନ ଅନୁସାରେ ଆସନ୍ତାକାଲି ଜେରା ପାଇଁ ହାଜର ହେବେନି।

ଆପର ଜାତୀୟ ଆବାହକ କେଜ୍ରିୱାଲ ୧୦ ଦିନ କାଳ ପଞ୍ଜାବର ହୋଶିଆରପୁର ଅନ୍ଦଗଡ଼ ଗାଁରେ ରହିବେ। ସେ ଡିସେମ୍ବର ୩୦ ତାରିଖ ଯାଏ ସେଠାରେ ଥିବା ବିପାସନା କ୍ୟାମ୍ପରେ ସମୟ କାଟିବେ। ଏହି ସମୟରେ ସେ ରାଜନୀତିକ ଜୀବନରୁ ଦୂରେଇ ରହିବା ସହ କାହା ସହ ଯୋଗାଯୋଗ ମଧ୍ୟ କରିବେ ନାହିଁ। ସେଠାରୁ ଫେରିବା ପରେ ହୁଏତ ଇଡି ତାଙ୍କୁ ତୃତୀୟ ଥର ପାଇଁ ହାଜର ହେବାକୁ ସମନ କରିପାରେ।

ଏହାପୂର୍ବରୁ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ଇଡି ସମନକୁ ବେଖାତିର କରି ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ। ମଙ୍ଗଳବାର ପୁଣି ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଛି। ଏଥର ମଧ୍ୟ ସେ ସମନ ଅନୁସାରେ ଇଡି କାର୍ଯ୍ୟାଳୟରେ ହାଜର ହେବେନି।

ad-week
Leave A Reply

Your email address will not be published.