ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ନରେନ୍ଦ୍ର ସିଂ ତୋମାର…

add-all

tom

ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ବାଚସ୍ପତି। ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ସିଂ ତୋମାର।

ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବିଧାନସଭାରେ ପ୍ରସ୍ତାବ ଦେବା ପରେ ଏହାକୁ ବିଜେପି ସମେତ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଥିଲେ। ଏହା ପରେ ସର୍ବସମ୍ମତି କ୍ରମେ ସେ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ୧୬ତମ ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ତଥା ସୋମବାର ଦିନ ବିଜେପି ବିଧାୟକ ତୋମାର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଆସନ୍ତାକାଲି ଏହି ଅଧିବେଶନ ଶେଷ ହେବାକୁ ଥିବା ବେଳେ ତୋମାରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

ତୋମ‌ାର ବାଚସ୍ପତି ଭାବେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ମତି ପ୍ରଦାନ କରିଥିବାରୁ ବିରୋଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ କରି ତୋମାରଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.