କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା: ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା

1s4qk77g_covid_625x300_17_December_23

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କେରଳରୁ ସର୍ବାଧିକ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି। ଏହା ପଛକୁ କର୍ଣ୍ଣାଟକରେ ୧୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୯, ମହାରାଷ୍ଟ୍ରରେ ୮ଜଣ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ୩ଟି ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛି।

ଚଳିତ ବର୍ଷର ପ୍ରଥମ କୋଭିଡ ମାମଲା ଚିହ୍ନଟ ହୋଇଛି ଉତ୍ତର ପ୍ରଦେଶର ନଏଡାରେ। ନେପାଳ ଫେରନ୍ତା ଜଣେ ୪୪ ବର୍ଷୀୟ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। କେରଳରେ ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୨୦୨୬। ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ ସେବୀଙ୍କୁ କୋଭିଡର ଲକ୍ଷଣ ଓ ମାମଲା ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ad-week
Leave A Reply

Your email address will not be published.