ସଞ୍ଜୟ ସିଂ WFI ଅଧ୍ୟକ୍ଷ ହେବାକୁ ନେଇ ଭାଙ୍ଗିପଡ଼ିଲେ ଭିନେଶ ଫୋଗାଟ, କ୍ୟାମେରା ସାମ୍ନାରେ କାନ୍ଦିଲେ

add-all

fogot

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଡବ୍ଲୁଏଫ୍ଆଇ ନିର୍ବାଚନ ଜିତିବା ପରେ ବିବାଦ ଆହୁରି ବଢ଼ିଛି। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି।

ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ବ୍ରିଜଭୂଷଣଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ ସାମିଲ ଥିଲେ। ବିରୋଧ ପ୍ରଦର୍ଶନ ପରେ ବ୍ରିଜଭୂଷଣ ଚଳିତ ବର୍ଷ ଆରମ୍ଭରୁ ଡବ୍ଲୁଏଫ୍ଆଇରୁ ଇସ୍ତଫା ଦେଇଥିଲେ।

ଏବେ ସଞ୍ଜୟ ସିଂ ନିର୍ବାଚନ ଜିତିବା ପରେ ଫୋଗାଟ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି, ‘ଏମିତିରେ ବର୍ତ୍ତମାନ ବହୁତ କମ୍ ଆଶା ଅଛି, ତଥାପି ଆମେ ଭରସା ରଖିଛୁ ଆମକୁ ନ୍ୟାୟ ମିଳିବ। ଏହା ଦୁଃଖର ବିଷୟ ଯେ କୁସ୍ତିର ଭବିଷ୍ୟତ ଅନ୍ଧକାରରେ ଅଛି। ଆମେ ଆମ ଦୁଃଖ କାହାକୁ ଜଣାଇବୁ? ଏବେ ବି ଆମେ ଲଢ଼ୁଛୁ’।

ଗତକାଲି ଡବ୍ଲୁଏଫ୍ଆଇ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ ନିରାଶ ହୋଇ ତୁରନ୍ତ ଗଣମାଧ୍ୟମ ସହିତ କଥା ହୋଇଥିଲେ। ଏହି ସମୟରେ ସାକ୍ଷୀ ମଲିକ ନିଜ କୁସ୍ତି ଜୋତାକୁ ଟେବୁଲ୍‌ ଉପରେ ରଖି ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.