୫୬ ବର୍ଷ ବୟସରେ ସୁରାଙ୍କୁ ଦ୍ବିତୀୟ ବିବାହ କଲେ ଅର୍‌ବାଜ୍‌…

add-all

arb

ମୁମ୍ବଇ : ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅର୍‌ବାଜ ଖାନ ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। ସେ ରବିବାର ସନ୍ଧ୍ୟାରେ ମେକ୍‌ଅପ୍‌ ଆର୍ଟିଷ୍ଟ ସୁରା ଖାନ୍‌ (୪୧) ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅର୍‌ବାଜଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ଉଭୟ ନିକାହ କରିଛନ୍ତି। ଏହି ବିହାର ଉତ୍ସବରେ ସଲ୍‌ମାନ ଖାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ରବିନା ଟଣ୍ଡନ ଏହି ବିବାହର ଭିଡିଓ ସେୟାର କରିଛନ୍ତି। ସେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଅର୍‌ବାଜଙ୍କ ପତ୍ନୀ ସୁରା ରବିନାଙ୍କ ମେକ୍‌ଅପ ଆର୍ଟିଷ୍ଟ। ଏହା ପୂର୍ବରୁ ଅରବାଜ ଖାନ୍‌ ୧୯୯୮ରେ ମାଲାଇକା ଆରୋରାଙ୍କୁ ବିବାହ କରିଥିଲେ। ୨୦୧୭ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଉଭୟଙ୍କ ପୁଅ ଅରହାନ ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ। ଏବେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି।

ad-week
Leave A Reply

Your email address will not be published.