ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ନିଜକୁ ଗୁଳି କରିଦେଲେ…

add-all

Gun_1703493829

ଭିଡିଓ କଲ୍‌ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍‌ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି।

ବିହାରର ଜାମୁଇ ଜିଲକଲା ଅନ୍ତର୍ଗତ ଇସଲାମନଗର ଅଞ୍ଚଳରେ ଏପରି ଘଟଣା ଘଟିଛି। ଉଭୟ ପ୍ରେମ ବିବାହ କରିଥିଲେ। କିନ୍ତୁ ପାରିବାରିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବେଶ କିଛି ଦିନ ହେବ ତିକ୍ତତା ଚାଲିଥିଲା। ସମ୍ଭବତଃ ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଥିବା କୁହାଯାଉଛି।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜିତେନ୍ଦ୍ର କୁମାର। ମିରାଗଞ୍ଜରେ ରହୁଥିବା ଭାରତୀ କୁମାରୀ ଓ ଜିତେନ୍ଦ୍ର ପରସ୍ପରକୁ ବେଶ କିଛି ବର୍ଷ ହେଲା ଭଲ ପାଉଥିଲେ। ଜିତେନ୍ଦ୍ର ପରିବାର ଲୋକଙ୍କୁ ରାଜି କରାଇ ଭାରତୀଙ୍କୁ ବିବାହ କରିଥିଲେ। ମହାଦେବ ସିମାରିଆ ଅଞ୍ଚଳରେ ଥିବା ଶିବ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା।

ସେମାନଙ୍କର ୪ ମାସର ପୁଅ ମଧ୍ୟ ରହିଛି। ସବୁ କିଛି ଠିକ ଠାକ ଚାଲିଥିବା ବେଳେ ସପ୍ତାହକ ତଳେ ପାରିବାରିକ କଳହ ଦେଖିବାକୁ ମିଳିଥିଲା। ଏଥିରେ ରାଗି ଯାଇ ଭାରତୀ ମିରାଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ବାପାଙ୍କ ଘରକୁ ଚାଲି ଯାଇଥିଲେ।

ଜିତେନ୍ଦ୍ର ଏଥିରେ ବ୍ୟସ୍ତ ହୋଇ ଭାରତୀଙ୍କୁ ବୁଝାଇବାକୁ ଲାଗିଥିଲେ। ତାଙ୍କ ଘରକୁ ଫେରି ଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ଭାରତୀ ଏତେ ରାଗିଥିଲେ ଯେ ସେ ଜିତେନ୍ଦ୍ରଙ୍କ କୌଣସି କଥା ଶୁଣି ନଥିଲେ। ଏପରି କି ମୋବାଇଲ ଅଫ କରି ସେ ଜିତେନ୍ଦ୍ରଙ୍କୁ ଭେଟିବାକୁ ମନା କରିଦେଇଥିଲେ।

ତେବେ ପରବର୍ତ୍ତୀ ଅବସ୍ଥାରେ ଭାରତୀ ମୋବାଇଲ ଅନ କରିଥିଲେ। ଶନିବାର ମଧ୍ୟରାତ୍ରରେ ଜିତେନ୍ଦ୍ର ପତ୍ନୀ ଭାରତୀଙ୍କୁ ଭିଡିଓ କଲ କରିବା ସହ ତାଙ୍କୁ ଘରକୁ ଫେରି ଆସିବା ପାଇଁ ବୁଝାଇ ଥିଲେ। କିନ୍ତୁ ଭାରତୀ ରାଜି ହୋଇ ନଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ଜିତେନ୍ଦ୍ର ଗୋଟିଏ ଦେଶୀ ବନ୍ଧୁକ ବାହାର କରି ଭିଡିଓ କଲ ଅଧାରେ ହିଁ ନିଜ ମୁଣ୍ଡକୁ ଗୁଳି କରି ଦେଇଥିଲେ।

ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଜିତେନ୍ଦ୍ରଙ୍କ ରୁମରୁ ସେ ବ୍ୟବହାର କରିଥିବା ଦେଶୀ ବନ୍ଧୁକ ଓ ମୋବାଇଲ ଫୋନ ଜବତ କରିଛି।

ad-week
Leave A Reply

Your email address will not be published.