ମାଆ ସୀତା ଅଭିଶାପ ଫେରାଇ ନେଇଛନ୍ତି: ବିକାଶଧାରା ଦେଖି କହିଲେ ଅଯୋଧ୍ୟାର ରାଜା…

add-all

bimalendra-750x430

ଅଯୋଧ୍ୟା: ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସମ୍ପ୍ରତି ଅଯୋଧ୍ୟାରେ ଚାଲିଥିବା ସାମଗ୍ରିକ ବିକାଶ ଦେଖି ରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି।
ସୂଚନାଯୋଗ୍ୟ, ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର ରାଜା ଦର୍ଶନ ସିଂହଙ୍କ ପରିବାରର ଦାୟାଦ। ରାଜା ଦର୍ଶନ ସିଂହ ୧୯ ଶତାବ୍ଦୀରେ ଅଯୋଧ୍ୟାରେ ରାଜୁତି କରୁଥିଲେ ବୋଲି କୁହାଯାଏ। ସମ୍ପ୍ରତି ଅଯୋଧ୍ୟାରେ ରାଜା ସାହେବ ଭାବେ ପ୍ରସିଦ୍ଧ ବିମଳେନ୍ଦ୍ର ପ୍ରାରମ୍ଭରୁ ‘ରାମ ଜନ୍ମଭୂମି ଆନ୍ଦୋଳନ’ ସହିତ ଜଡ଼ିତ। ସେ ମଧ୍ୟ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ର ସଦସ୍ୟ।
ଗଣମାଧ୍ୟମକୁ ସେ କହିଛନ୍ତି, ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବା ପରଠାରୁ ଅଯୋଧ୍ୟାରେ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି। ଅସ୍ଥାୟୀ ମନ୍ଦିର ତୋଳା ହୋଇଛି। ଛୁଟି ଦିନମାନଙ୍କରେ, ମଙ୍ଗଳବାରେ ଓ ଅନ୍ୟ‌ କୌଣସି ପର୍ବପର୍ବାଣି ଦିନ ଭିଡ଼ରେ ବାଟ ଚାଲି ହେଉନାହିଁ। ଅଯୋଧ୍ୟାରେ ଭଲ ହୋଟେଲ୍‌ ନ ଥିଲା। କିନ୍ତୁ, ଏବେ ୫ ତାରକା ହୋଟେଲ୍‌ ଖୋଲିବାକୁ ୧୦୦ଟି ଆବେଦନ ପତ୍ର ପଡ଼ିଥିବା କଥା ଜିଲ୍ଲାପାଳ ମତେ କହିଛନ୍ତି।
ଅଯୋଧ୍ୟାକୁ ସ୍ମାର୍ଟ ସିଟି କରାଯାଉଛି। ମୋର ମନେହୁଏ ୫ ବର୍ଷ ଭିତରେ ଲୋକେ କେବଳ ଦର୍ଶନ କରିବା ଲାଗି ଅଯୋଧ୍ୟା ଆସିବେ ନାହିଁ, ସହର ଦେଖିବାକୁ ଆସିବେ। ଅଯୋଧ୍ୟା ଦେଶର ସର୍ବୋତ୍ତମ ପବିତ୍ର ନଗରୀ ମାନ୍ୟତା ପାଇବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ଥାନୀୟ କିଂବଦନ୍ତି ଅନୁସାରେ, ଗୁଜବ ଶୁଣି ପ୍ରଭୁ ରାମଚନ୍ଦ୍ର ସୀତାଙ୍କୁ ନିର୍ବାସିତା କରିବା ବେଳେ ସେ ଅଯୋଧ୍ୟା ନଗରୀକୁ ଅଭିଶାପ ଦେଇ ଯାଇଥିଲେ। ସେହି ଅଭିଶାପ କାରଣରୁ ଅଯୋଧ୍ୟାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରୁ ନ ଥିଲା ବୋଲି ଅନେକେ ବିଶ୍ବାସ କରନ୍ତି।

ad-week
Leave A Reply

Your email address will not be published.