ସ୍କୁଲରେ ପାଇଖାନା ସଫା କଲେ ଛାତ୍ରଛାତ୍ରୀ, ତାତିଲେ ଲୋକେ

add-all

Karnataka__1703762120

ବେଙ୍ଗାଲୁରୁ : କର୍ଣ୍ଣାଟକାର ଶିବମୋଗାର ଗୋଟିଏ ସରକାରୀ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍କୁଲର ପାଇଖାନାକୁ ସଫା କରାଯାଇଛି। ପିଲାମାନେ ପାଇଖାନା ଓ ଏହାର ଚଟାଣକୁ ଘଷିଘଷି ସଫା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ପିଲାମାନଙ୍କ ବାପା ମା’ଙ୍କ ସମେତ ସାଧାରଣ ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶିବମୋଗା ହେଉଛି ରାଜ୍ୟ ଶିକ୍ଷା ମନ୍ତ୍ରୀ ମଧୁ ବାଙ୍ଗାରାପ୍ପାଙ୍କ ନିର୍ବାଚନ ମଣ୍ଡଳୀ। ତଥାପି ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଘଟଣା ଘଟିଛି। ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଗୋଟିଏ ରିପୋର୍ଟ ମଧ୍ୟ ଦେଇଛନ୍ତି।
ଏହି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଗତ ସପ୍ତାହରେ ଘଟିଥିଲା। କିନ୍ତୁ ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ଘଟଣା ପରେ ସିଫେଇ ଦେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ବିଡିଏ ଶିକ୍ଷାର୍ଥୀମାନଙ୍କୁ କେବଳ ପାଇଖାନାରେ ପାଣି ଢାଳିବାକୁ କୁହାଯାଇଥିଲା। ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପାଇଖାନା ଓ ଏହାର ଚଟାଣକୁ ସଫା କରିବାକୁ କୁହାଯାଇ ନଥିଲା।
ଚଳିତ ବର୍ଷ କର୍ଣ୍ଣାଟକାର କୌଣସି ସ୍କୁଲରେ ତୃତୀୟ ପାଇଁ ଏପରି ଘଟଣା ଘଟିଛି। ଗତ ସପ୍ତାହରେ ବେଙ୍ଗାଲୁରୁର ଗୋଟିଏ ସରକାରୀ ସ୍କୁଲରେ କିଛି ପିଲା ପାଇଖାନା ସଫା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ଓ ପିଲାମାନଙ୍କ ବାପା ମା’ ଆନ୍ଦ୍ରହାଲ୍ଲି ଅଞ୍ଚଳରେ ଥିବା ସ୍କୁଲ ବାହାରେ ବିକ୍ଷୋଭ କରିଥିଲେ। ଘଟଣାକୁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିନ୍ଦା କରିଥିଲେ। ଏହାପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଥିଲା।
ବେଙ୍ଗାଲୁରୁ ଓ ଶିବମୋଗା ଘଟଣା ପୂର୍ବରୁ କୋଲାର ଜିଲ୍ଲାରେ ଜଣେ ଦଳିତ ପିଲା ସେପ୍ଟିକ ଟ୍ୟାଙ୍କ ସଫା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା।

ad-week
Leave A Reply

Your email address will not be published.