ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟାକୁ ୪୦୧.୭କାଟିର ଟ୍ୟାକ୍ସ ନୋଟିସ…

add-all

Zomato_1703756129

ନୂଆଦିଲ୍ଲୀ : ଅଡୁଆରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟା। ସେ ଟ୍ୟାକ୍ସ ଫାଙ୍କୁ ଥିବା ନେଇ ହୋଇଛି ଅଭିଯୋଗ। ଜୋମାଟୋକୁ ୪୦୧.୭ କୋଟି ଟଙ୍କାର ମିଳିଛି ଟ୍ୟାକ୍ସ ନୋଟିସ।
ଜିଏସ୍ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜିଆଇ) ଜୋମାଟୋ ଏବଂ ସ୍ୱିଗିକୁ ଡେଲିଭରି ଚାର୍ଜରେ ଜିଏସଟି ଫାଙ୍କି ଥିବା ନେଇ ଟ୍ୟାକ୍ସ ନୋଟିସ ପଠାଇଛି। ଡେଲିଭରୀ ଚାର୍ଜ ସର୍ଭିସ କ୍ୟାଟେଗୋରୀ ଅଧିନରେ ଆସୁଛି। ଏହାଉପରେ କମ୍ପାନୀଗୁଡିକୁ ୧୮ପ୍ରତିଶତ ଜିଏସ୍‌ଟି ଦେବାକୁ ପଡିବ ବୋଲି ଏହି ନୋଟିସ୍‌ରେ କୁହାଯାଇଛି।
ତେବେ DGGI ରୁ କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ଜବାବ ରଖିଛି ଜୋମାଟୋ। କୌଣସି ବି ଟ୍ୟାକ୍ସ ଦେବା ପାଇଁ ସେ ଉତ୍ତରଦାୟୀ ନୁହେଁ ବୋଲି ଜୋମାଟୋ କହିଛି। ଡେଲିଭରି ପାର୍ଟନରଙ୍କ ତରଫରୁ କମ୍ପାନୀ ଦ୍ୱାରା ଡେଲିଭରି ଚାର୍ଜ ସଂଗ୍ରହ କରାଯାଇଥାଏ। ଏଥିସହ ପାରସ୍ପରିକ ସହମତି ହୋଇଥିବା ଚୁକ୍ତିନାମା ସର୍ତ୍ତାବଳୀ ଅନୁଯାୟୀ, ଡେଲିଭରି ପାର୍ଟନରମାନେ ଗ୍ରାହକଙ୍କୁ ବିତରଣ ସେବା ପ୍ରଦାନ କରନ୍ତି। କମ୍ପାନୀକୁ ନୁହେଁ। କରାଣ ଦର୍ଶାଅ ନୋଟିସର କମ୍ପାନୀ ଉଚିତ ଜବାବ ଦାଖଲ କରି ବୋଲି ଜୋମାଟୋ କହିଛି।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୦୨୨ରୁ ଜିଏସ୍‌ଟି କର୍ତ୍ତୃପକ୍ଷ ଫୁଡ ଡେଲିଭରୀ ସର୍ଭିସ ବାବଦରେ ୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷିରେ ଟ୍ୟାକ୍ସ କର୍ତ୍ତୃପକ୍ଷ ଜୋମାଟୋଙ୍କୁ ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୨ପର୍ଯ୍ୟନ୍ତ ଡେଲିଭରି ଚାର୍ଜ ଉପରେ ଟ୍ୟାକ୍ସ ନଦେବା ପାଇଁ ଜରିମାନା ଏବଂ ସୁଧ ଦେବାକୁ କହିଛନ୍ତି।

ad-week
Leave A Reply

Your email address will not be published.