ମକରଧ୍ୱଜ ଶୃଙ୍ଗରେ ଉଡ଼ିଲା ମାନସିକ ଧ୍ଵଜା : ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ।

add-all

ଦେବଗଡ଼୧୫|୧ : ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ରେ ଥିବା ମକର ଧ୍ଵଜ ଶୃଙ୍ଗ ରେ ମକର ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମରେ ମକର ଧ୍ଵଜ ଗିରି ଶୃଙ୍ଗ ଆଜି ଲୋକାରଣ୍ୟ ହୋଇଉଠିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାହାଡ ପାଦ ଦେଶରୁ ପାୟ ୪ କିମି ଉପରେ ପର୍ବତାରୋହଣ କରି ମକର ଧ୍ଵଜ ଗିରିଶୃଙ୍ଗ ରେ ପହଞ୍ଚି ପୂଜାର୍ଚ୍ଚନା ପରେ ଉକ୍ତ ପର୍ବତ ରେ ମାନସିକ ଧାରୀ ମାନେ ଧ୍ୱଜା ବାନ୍ଧି ଥିଲେ । ଏହି ମକର ଧ୍ଵଜ ପୂଜା ବହୁ ପୁରାତନ ହୋଇଥିଲେ ମଧ୍ୟ ଗତ କିଛି ବର୍ଷ ହେବ ଏହା ଦେବଗଡ଼ ଜିଲ୍ଲାରେ ଏକ ନୂତନ ପରମ୍ପରା ଭାବେ ଦେଖାଦେଇଛି । ହଜାର ହଜାର ପୁରୁଷ, ମହିଳା, ଯୁବକ ,ଯୁବତୀ ଓ ଛୋଟ ଛୋଟ ପିଲା ମଧ୍ୟ ପାହାଡ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି । ନୂତନ ବସ୍ତ୍ର ପରିଧାନ କରି ଘରେ ପିଠା ପଣା ଖାଇ ମକର ଧ୍ଵଜ ଯାତ୍ରା ନିମନ୍ତେ ପର୍ବତାରୋହଣ କରିଥିଲେ । ପୂଜକ ସୁଦୀପ୍ତ ବେହେରା ଆଜି ଭୋର ରୁ ପର୍ବତ ଶିଖରରେ ଗିରି ଚୂଡାକୁ ଯାଇ ଶିବପାର୍ବତୀଙ୍କ ପୂଜାର୍ଚ୍ଚନା କରିବା ପରେ ଭକ୍ତ ମାନେ ଦର୍ଶନ କରିଥିଲେ । ପର୍ବତ ଶିଖରରେ ଶ୍ରଦ୍ଧାଳୁ ଙ୍କ ପାଇଁ ସ୍ଥାନୀୟ ଶ୍ରୀ ଶ୍ରୀ ମକର ଧ୍ଵଜ ବାବା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ପାହାଡ଼ ଉପରେ ଅନ୍ନ ପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରିଥିଲେ । କମିଟି ର ସଭାପତି ଅତିଲ ଖଡ଼ିଆ, ସମ୍ପାଦକ ସୁମନ୍ତ ସଂଖାରି , ରୀଙ୍କୁ କେରକେଟା ପ୍ରମୁଖ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ଏହା ଅନୁଷ୍ଠିତ ହୋଇଥିଲା।’ ପାହାଡ ଉପରୁ ପୂଜକ ଆଜ୍ଞାମାଳ ନେଇ ଆସିବା ପରେ ଭଜନ କୀର୍ତ୍ତନ ସହ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ତଅଁଳା ସାହିର ଶଙ୍କର ମଧୁସୂଦନ କ୍ଲବ ପକ୍ଷରୁ ଶିବଶଙ୍କରଙ୍କ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜାର ସଭାପତି ସୁଶାନ୍ତ ବେହେରା ଓ ସଂପାଦକ ପ୍ରଶାନ୍ତ ବେହେରା ତଥା ଗୋଲବଦନ ବେହେରା, ଶଙ୍କର ବେହେରା, ଗଙ୍ଗା ବେହେରା ପ୍ରମୁଖ ସଭ୍ଯମାନେ ଦାୟିତ୍ବ ତୁଲାଇ ଥିଲେ।

ad-week
Leave A Reply

Your email address will not be published.