
ଫୁଲବାଣୀ : ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ନେତାଜୀ କ୍ଳବ ଠାରେ ସଭାପତି ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ମକର ମିଳନ,ବ୍ୟାସ କବି ଫକୀର ମୋହନଙ୍କ ସମ୍ପର୍କିତ ଆଲୋଚନା ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ କବି ଙ୍କ ଜୀବନ ବ୍ୟାପି ସାହିତ୍ୟ ସାଧନା ଓ ଉପନ୍ୟାସ ସାହିତ୍ୟ ଉପରେ ପ୍ରଣତି ତ୍ରିପାଠୀ, କଳ୍ପନା ପାତ୍ର ଓ ଶ୍ରୀମତୀ ସୁନିତୀ ଆଚାରୀ ଆଲୋଚନା କରିଥିବା ବେଳେ । କାଳଜୟୀ ଉପନ୍ୟାସ ଛମାଣ ଆଠ ଗୁଣ୍ଠ ଓ ମାମୁ ଉପରେ ମୁଖ୍ୟ ସମ୍ପାଦକ ଡଳ୍ଟର କାହ୍ନୁ ଚରଣ ଶତପଥୀ ଆଲୋକ ପାତ କରିଥିଲେ । କବି ପ୍ରଦୀପ କହଁର,ବୈଜୟନ୍ତୀ ମାଳା ମାହାପାତ୍ର,ମୁସ୍କାନ ସୁଆର ଓ ରୂପମ୍ବୀକା ତ୍ରିପାଠୀ ନିଜସ୍ୱ କବିତା ଆବୃତିି କରିଥିବା ବେଳେ ସଭାପତି ପ୍ରଶାନ୍ତ ବେହେରା ଙ୍କ ମକର କବିତା ହୃଦୟ ସ୍ପର୍ଶୀ ହୋଇଥିଲା । ଉପସ୍ଥିତ ବହୁ କବି କବୟତ୍ରୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ଆଗାମୀ ଫେବୃୟାରୀ ୧୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା କ୍ରୀଡା ସଂସଦ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ସମ୍ପର୍କରେ ଆଲୋକ ପାତ କରାଯାଇ ଚଳିତ ବର୍ଷ ପୁସ୍ତକ ମେଳାରେ ୧୩୦ ଟି ଷ୍ଟଲ କରାଯିବା ସହ ଶିଶୁ କ୍ରୀଡା ସାମଗ୍ରୀ ଓ ମିନାବଜାର ର ଆୟୋଜନ କରାଯିବା ସହ ଆଗାମୀ ୧୮.୨.୨୦୨୪ ତାରିଖ ଅପରାହ୍ନ ରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ସମେତ ସାରସ୍ୱତ ସମାବେଶର କିଭଳି ସରସ ସୁନ୍ଦର ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ପୁସ୍ତକ ମେଳା ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ କୃତବିଦ୍ୟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଗତ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ମାନେ ଆଗାମୀ ୨୫.୧.୨୦୨୪ ମଧ୍ୟରେ ସମ୍ବର୍ଦ୍ଧନା ପାଇଁ ଆବେଦନ କରି ପାରିବେ । ପୁସ୍ତକ ମେଳା ପାଇଁ ବିଭିନ୍ନ ଲିଖିତ ପ୍ରତିଯୋଗିତା ସହ ମଞ୍ଚ ପ୍ରତିଯୋଗିତା ର ଆୟୋଜନ କରାଯିବା ସହ ମେଳା ନିମିତ ୫ଟି ବିଭିନ୍ନ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ମେଳାରେ ଯୋଗ ଦେବା ପାଇଁ ଆଗ୍ରହୀ ପୁସ୍ତକ ଓ ବାଣିଜ୍ୟିକ ବିପଣୀ ପାଇଁ ମେଳାର ଷ୍ଟଲ କମିଟିସହ ଯୋଗା ଯୋଗ କରିବାକୁ ସଭାପତି ଅନୁରୋଧ କରିଛନ୍ତି । ଆୟୋଜିତ ବୈଠକରେ ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ସୁନିତୀ ଆଚାରୀ ଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ତାଙ୍କ ତରଫରୁ ପ୍ରଦାନ କରାଯାଇଥିବା ସ୍ୱାଦିଷ୍ଟ ମକର ଚାଉଳକୁ ଉପସ୍ଥିତ କବି ମାନେ ସେବନ କରିଥିଲେ ।