କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

add-all

ଏପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବାର ଟିପ୍ସ ଦେଉଛନ୍ତି, ସେପଟେ କୋଟାରୁ ଆସିଛି ଦୁଃଖଦ ଖବର। ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏଯାବତ୍ ଦୁଇ ଜଣ ଆତ୍ମହତ୍ୟା କଲେଣି।

ଗତ ବର୍ଷ ମଧ୍ୟ କୋଟାରେ ଜେଇଇ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ। ଏପରି ଘଟଣା ବାରମ୍ବାର ଘଟୁଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ। ପିଲାମାନେ କିପରି ଚାପମୁକ୍ତ ହୋଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବେ ସେଥିପାଇଁ ପରାମର୍ଶ ଦିଆଯାଇଥିଲା।

ସପ୍ତାହରେ ଗୋଟିଏ ଦିନ ଅଧା ପାଠ ପଢା ଏବଂ ଅଧା ଦିନ ଖେଳକୁଦ କରାଇବାକୁ ବ୍ୟବସ୍ଥା କରାଯାଇଥିଲା। ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍‌ ମୋଟିଭେସନାଲ କ୍ଲାସ୍‌ କରିବାକୁ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା। ଏସବୁ ସତ୍ତ୍ୱେ ବାରମ୍ବାର ଚାପଗ୍ରସ୍ତ ହୋଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସୁଛି।

ଚଳିତ ବର୍ଷ ଗୋଟିଏ ସପ୍ତାହରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି। ଆଜି କୋଟାରେ ଜେଇଇ ପ୍ରସ୍ତୁତ କରୁଥିବା ଜଣେ ୧୮ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ମୃତ୍ୟୁ ପୂର୍ବରୁ ବାପା-ମାଆଙ୍କ ଉଦ୍ଦେଶ୍ୟରେ ଏକ ସୁଇସାଇଡ ନୋଟ୍ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି… ‘ମମ୍ମି ପାପା ମୁଁ ଜେଇଇ କ୍ଲିଅର୍ କରିପାରିବିନି। ସେଥିପାଇଁ ଆତ୍ମହତ୍ୟା କରୁଛି। ମୁଁ ସବୁଠାରୁ ଖରାପ ଝିଅ, ସରି ମମ୍ମି ପାପା ଏଇଟା ହିଁ ମୋ ପାଇଁ ଶେଷ ଅପ୍ସନ।’

ad-week
Leave A Reply

Your email address will not be published.