ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା…

IMAGE_1706769402

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ। ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଲାକ୍ଷାଦ୍ୱୀପକୁ କିପରି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଥିସହ ଏୟାର୍ ରୁଟ୍ (ବିମାନ ପଥ) ବଢାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି।
ଚଳିତ ଆର୍ଥିକ ବର୍ଷରେ ନୂଆ ୫୭୦ ଏୟାର ରୁଟ୍‌ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉଡାଣ ଯୋଜନାରେ ଏହି ସୁବିଧା କରାଯିବ। ଉଡାଣ ଯୋଜନାର ୫୭୦ ନୂଆ ରୁଟ୍‌ ହେଲେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ ଅର୍ଥମନ୍ତ୍ରୀ କହିଛନ୍ତି।
ସେହିପରି ରେଳ ଯାତ୍ରାକୁ ସୁବିଧା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.