ଲାଇଭ କରୁଥିବା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଶିବସେନା ନେତାଙ୍କ ମୃତ୍ୟୁ

add-all

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଦହିସର ଅଞ୍ଚଳରୁ ଗତ ଗୁରୁବାର ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯିବାର ଏକ ଦୁଃଖଦ ଘଟଣା ସ‌ାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି।

ଉଦ୍ଧବ ଗୋଷ୍ଠୀ ଶିବସେନାର ପୂର୍ବତନ କାଉନସିଲର ଅଭିଷେକ କୋସାଲକର ଫେସବୁକ ଲାଇଭରେ ଥିଲେ। କେହି କିଛି ବୁଝିବା ପୂର୍ବରୁ ‌ସେ ଯାହାଙ୍କ ସହ ଲାଇଭ କରୁଥି‌ଲେ ଉକ୍ତ ବ୍ୟକ୍ତଜଣକ କାଉନସିଲର ଅଭିଷେକ କୋସାଲକରଙ୍କୁ ହଠାତ ଗୁଳି ମାଡ କରିଥିଲେ । ଏହାପରେ ନେତାଙ୍କ ଉପରୁ ଗୁଳି କରିଥିବା ବ୍ୟକ୍ତି ନିଜକୁ ବି ଗୁଳି କରିଥିଲେ।  । ଏଥିରେ ଉଭୟଙ୍କ ମୃତ୍ୟ ହୋଇଯାଇଥିବା ଜଣାାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଶିବସେନାର ନେତାଙ୍କୁ ଗୁଳି କରିଥିବା ଅଭିଯୁକ୍ତ ନାମ ମୋରିସ ନୋରିହ୍ନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୋରିସ ନୋରିହ୍ନା ଅଭଷେକଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । ମୁମ୍ବାଇ ପୁଲିସ ଘଟଣାର ତଦନ୍ତ କରୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ କୋସାଲକର ଗୁଳିମାଡ ପରେ କାନ୍ଧ ଓ ପେଟକୁ ଧରି ତଳେ ପଡିଯାଉଥିବା ଦେଖିବାକୁ ମିଳୁଛି। ଏହି ଗୁଳିକାଣ୍ଡ ପରେ କିଛିଲୋକ ତୁରନ୍ତ ଅଭିଷେକ କୋସାଲକରଙ୍କୁ ଘଟଣାସ୍ଥଳରୁ ଗୁରୁ୍ତର ଅବସ୍ଥାରେ ଉଦ୍ଧାର କରି  ନିକଟସ୍ଥ କରୁଣ ହସ୍ପିଟାଲକୁ ନେଇଥିଲେ । ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ad-week
Leave A Reply

Your email address will not be published.