ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର

add-all

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁ ଉପରପଡ଼ାରେ ଅଦାବରିଆ ପରିବାରର ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। କାହାର କେବଳ ଗୋଡ଼ ଦୁଇଟି ପୋଡ଼ିଛି ତ କାହାର ଗୋଡ଼ ପିଠି ପୋଡ଼ିଛି। ସେହିଭଳି କାହାର ହାତ ଓ ଗୋଡ଼ ପୋଡ଼ିଛି। ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଥିଲା। ଘରର ୬ ଜଣ ସଦସ୍ୟ ବସି ଟିଭି ଦେଖୁଥିବା ବେଳେ ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ହେଲେ କେମିତି ଗ୍ୟାସ୍ ସିଲିଣ୍ଡର ଫାଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହାର ପ୍ରଭାବରେ ୬ ଜଣ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି ଓ ଅନ୍ୟ କିଛି ଜିନିଷ ପୋଡ଼ି ଯାଇଛି। କଣ୍ଟାବାଞ୍ଜି ପୁଲିସ୍ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.