‘ସ୍ୱର୍ଗଦ୍ୱାର ଆପ୍’ ଲୋକାର୍ପିତ

add-all

ପୁରୀ : ସ୍ୱର୍ଗଦ୍ୱାର ଆପ୍ ଲୋକାର୍ପିତ ହୋଇଛି। ଏଣିକି ସହଜ ହେବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍। ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ’ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ। ସ୍ୱର୍ଗଦ୍ୱାରକୁ ଆସୁଥିବା ଶବ ସଂଖ୍ୟା ବଢୁ ଥିବାରୁ ରେଜିଷ୍ଟ୍ରେସନରେ ଏହା ସହାୟକ ହେବ।
ଦାହସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପରୁ ସ୍ୱର୍ଗଦ୍ୱାରରୁ ମିଳୁଥିବା ସମସ୍ତ ସେବା ବିଷୟରେ ମଧ୍ୟ ସହଜରେ ଜାଣିପାରିବେ। ସୂଚନାଯୋଗ୍ୟ, ଏହି ଆପ-ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ। ହେବ।
ସ୍ୱର୍ଗଦ୍ୱାର ଆପ୍ ଲୋକାର୍ପଣ ଅବସରରେ ଏସ୍‌ବିଆଇ ପୁରୀ ମୁଖ୍ୟ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପ୍ରଦାନ କରାଯାଇଥିଲା। ସ୍ୱର୍ଗଦ୍ୱାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ,ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ଶତପଥୀ,ସୂଚନା ଲୋକୋ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.