ଓଡ଼ିଆ ଭାଷାରେ ହେବ CAPF ପରୀକ୍ଷା

add-all

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍‌ ପୁଲିସ ଫୋର୍ସରେ କନଷ୍ଟେବଳ ଭର୍ତ୍ତି ପାଇଁ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ହେବ ପରୀକ୍ଷା। ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଆଶାୟୀ। ଏଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇ ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିପାରିବେ।

କନଷ୍ଟେବଳ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ଓଡିଆ, ହିନ୍ଦୀ, ଇଂରାଜୀ, ଆସାମୀ, ବେଙ୍ଗଲି, ଗୁଜୁରାଟୀ, ମରାଠୀ, ମାଲାୟଲମ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ, କୋଙ୍କଣୀ ଭାଷାରେ ପ୍ରସ୍ତୁତ କରାଯିବ। ଆସନ୍ତା ୨୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏଥିପାଇଁ ଦେଶର ୧୨୮ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରାୟ ୪୮ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି।

ଆସାମ ରାଇଫଲସ, ସୀମା ସୁରକ୍ଷା ବଳ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ, ଇଣ୍ଡୋ ତିବ୍ବତିଆନ୍‌ ବର୍ଡର ପୁଲିସ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଓ ସଶସ୍ତ୍ର ସୀମା ବଳରେ ନିଯୁକ୍ତି ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.