ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

add-all

ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ।

ଯୁବକଜଣକ ନାବାଳିକାଙ୍କୁ ଲୋଭ ଦେଖାଇ ଘରଠୁ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଅଭିଯୁକ୍ତ ଯୁବକ ଥାନାରେ ଅଟକ ରଖିଛି। ଏହି ସମ୍ବେଦନଶୀଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।

ad-week
Leave A Reply

Your email address will not be published.