ଦେବଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ଆଲୋଚନା

add-all

ଦେବଗଡ଼,୧୧|୨ ଜ଼ିଲ୍ଲା ସ୍ତରୀୟ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ’, ଆଗାମୀ ଫେବୃଆରୀ ୨୪ ତାରିଖ ଦିନ ପ୍ରଥମଥର ପାଇଁ ଦେବଗଡ଼ ଜ଼ିଲ୍ଲା ନାଗରିକ କମିଟି ଆନୁକୂଲ୍ୟରେ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ନାଗରିକ କମିଟିର ସଭାପତି ସୁଶୀଲ କୁମାର କପରଦାର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତିl ବିବରଣୀରୁ ପ୍ରକାଶଯେ, ନାଗରିକ କମିଟିର ଏକ ବୈଠକ ଶ୍ରୀ କପରଦାରଙ୍କ ସଭାପତିତ୍ୟୁରେ ରବିବାର ଦିନ ସେଣ୍ଟର ଫର କଲଚର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲାl ଜ଼ିଲ୍ଲାର ବିଭିନ୍ନ ସମସ୍ୟା ଓ ଏହା ସମାଧାନ ପାଇଁ ଏକ ଆଲୋଚନା ଚକ୍ର ୨୪ ତାରିଖ ଦିନ ହେବା ସ୍ଥିରୀକୃତ ହୋଇଛି l ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମାନ୍ୟବର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜ଼ିଲ୍ଲାର ପ୍ରତ୍ୟେକ ପଞ୍ଚାଏତରୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରିତ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ପ୍ରକାଶ ଏତତ ବ୍ୟତୀତ ବିମଳାଗଡ଼ -ତାଳଚେର ରେଳ ଲାଇନ ପାଇଁ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ,ପୁରୁଣା ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଏକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ବଡବନ୍ଧ ଓ ତିନୋଟି କଲ୍ୟାଣ ମଣ୍ଡପ ଗୁଡିକର କାର୍ଯ୍ୟ ଆରମ୍ଭ,ରାଜା ବାସୁଦେବ ହାଇ ସ୍କୁଲରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପୁନଃ ପ୍ରତିଷ୍ଠା, ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି,ପୌର ସଂସ୍ଥାର ସୁପରିଚାଳନା ପ୍ରଭୃତି ସମସ୍ୟା ଗୁଡିକ ପାଇଁ ଏକ ଦାବିପତ୍ର ଦେବଗଡ଼ ଜ଼ିଲ୍ଲାପାଳଙ୍କୁ ଆଗାମୀ ମଙ୍ଗଳବାର ଦିନ ଦେବା ନିମନ୍ତେ କମିଟି ସ୍ଥିର କରିଛନ୍ତିl ସନ୍ତୋଷଜନକ ପଦକ୍ଷେପ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଗ୍ରହଣ ନହେଲେ ନାଗରିକ କମିଟି ଆନ୍ଦୋଳନକୁ ଯିବାକୁ ବାଧ୍ୟ ହେବ ବୋଲି କମିଟି ସଭାପତି ଶ୍ରୀ କପରଦାର ପ୍ରକାଶ କରିଛନ୍ତି l ଏହି ବୈଠକରେ ଉପନଗରପାଳ ପ୍ରଜିତ କୁମାର ଭୋଜ, ବରିଷ୍ଠ ନାଗରିକ ନିରଞ୍ଜନ ଦ୍ବିବେଦୀ, ଲଷ୍ମଣ ପ୍ରଧାନ,ସୁଧୀର କପରଦାର,ପ୍ରଫୁଲ ନାୟକ, ଅମୀୟ ମିଶ୍ର,ସୁଦାମ ବୁଡ଼ା, ଚଗଲା ସାହୁ,ମହେଶ୍ୱର ପାଣି ବିଜୟ ପ୍ରଧାନ,ମଞ୍ଜୁଳା ନାୟକ ତଥା ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ

ad-week
Leave A Reply

Your email address will not be published.