ସୌରଭ ଗାଙ୍ଗୁଲିଙ୍କ ଘରୁ ଚୋରି

add-all

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ପୂବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଘରୁ ଚୋରି। କଳାକନା ବୁଲାଇଲା ଚୋର। ନେଇଗଲା ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌। ଏନେଇ ଖୋଦ୍‌ ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି।

ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖର ଏହି ଘଟଣା ଘଟିଥିଲା। ସୌରଭ ଗାଙ୍ଗୁଲିଙ୍କ କୋଲକାତା ସ୍ଥିତ ତାଙ୍କ ଘର ବେହାଲାରେ ରଙ୍ଗ ଦିଆ କାମ ଚାଲିଥିବା ବେଳେ ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା। ବହୁ ଖୋଜାଖୋଜି ପରେ ତାଙ୍କ ମୋବାଇଲ ନ ମିଳିବା ପରେ ସେ ଠାକୁରପୁରା ପୁଲିସ ଷ୍ଟେସନରେ ଏଫଆଇଆର୍‌ ଦେଇଥିଲେ। ଘଟଣା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି।

ସୌରଭ ଗାଙ୍ଗୁଲିଙ୍କ ଯେଉଁ ଫୋନ୍‌ଟି ଚୋରି ହୋଇଛି ତା’ର ଦାମ୍‌ ୧ ଲକ୍ଷ ୬୦ ହଜାର ବୋଲି କୁହାଯାଉଛି। ଏହି ଦାମୀ ମୋବାଇଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏଥିସହ ଅନେକ ବ୍ୟକ୍ତିଗତ ତଥ୍ୟ ଯେପରିକି ଫୋନ ନମ୍ବର, ଆକାଉଣ୍ଟ ଡିଟେଲ ସବୁ ରହିଛି। ଏଥିପାଇଁ ଗାଙ୍ଗୁଲି ନିଜ ଫୋନ୍‌କୁ ନେଇ ଚିନ୍ତିତ ଅଛନ୍ତି।

କୁହାଯାଉଛି ଯେ, ସୌରଭ ଗାଙ୍ଗୁଲିଙ୍କ ଘରେ ପେଣ୍ଟିଂ କାମ ଚାଲିଛି। ଏଭଳି ସ୍ଥିତିରେ ଏଠାରେ କାମ କରୁଥିବା ଲୋକେ ଚୋରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ପୁଲିସ ପଚରାଉଚରା କରିପାରେ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ ଫ୍ରାଞ୍ଚାଇଜ୍‌ର କ୍ରିକେଟ୍ ନିର୍ଦ୍ଦେଶକ ଅଛନ୍ତି ସୌରଭ ଗାଙ୍ଗୁଲି। 

ad-week
Leave A Reply

Your email address will not be published.