ଦିଲ୍ଲୀରେ ଏକା ଲଢ଼ିବ ଆପ୍‌, ସଙ୍କେତ ଦେଲେ କେଜ୍ରିଓ୍ୱାଲ

add-all

ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଲାଗିଛି ଝଟ୍‌କା। ଦିଲ୍ଲୀରେ ଏକା ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି। ଆଜି ଏଭଳି କିଛି ସଂକେତ ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବଡ଼ ସହଯୋଗୀ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏହାରି ଭିତରେ ପଞ୍ଜାବର ଏକ ରାଲିରେ ଯୋଗ ଦେଇ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଆପ୍‌ ଅଧ୍ୟକ୍ଷ କେଜ୍ରିଓ୍ୱାଲ।

ପଞ୍ଜବାର ତରନ୍‌ତାରାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି କେଜ୍ରିଓ୍ୱାଲ କହିଛନ୍ତି, ଉଭୟ ପଞ୍ଜାବ ଓ ଦିଲ୍ଲୀରେ ଆମ୍ ଆଦମୀ ସରକାରକୁ କାମ କରିବାରେ ବାଧା ଦିଆଯାଉଛି। ହେଲେ ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ ସମସ୍ତ ୭ ଟି ଆସନରେ ଆମକୁ ବିଜୟୀ କରାଇବେ ମନସ୍ଥ କରିଛନ୍ତି। ସମସ୍ତ ଆସନ ଆପ୍‌ ହାତକୁ ଆସିବା ପରେ ୧୦୦ ବଦଳରେ ୫୦୦ ସ୍ପିଡ୍‌ରେ କାମ ହେବ।

କେଜ୍ରିଓ୍ୱାଲଙ୍କ ଏହି ଘୋଷଣା ପରେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ଲାଗିଛି। ଇଣ୍ଡିଆ ମେଣ୍ଟର ମୁଖ୍ୟଦଳ କଂଗ୍ରେସ ହୋଇଥିବା ବେଳେ ବଡ ସହଯୋଗୀ ଦଳ ହେଉଛି ଆମ୍ ଆଦମୀ ପାର୍ଟି। ହେଲେ ମେଣ୍ଟର ଆସନ ବୁଝାମଣାକୁ ନେଇ ଏପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି। ପ୍ରଥମେ ପଞ୍ଜାବରେ ଆପ୍ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲା। ଏହାପରେ ଏବେ ଦ୍ୱିତୀୟ ରାଜ୍ୟ ଭାବେ ଦିଲ୍ଲୀରେ ଆପ୍ ଏକାକୀ ଲଢିବ ବୋଲି କେଜ୍ରିୱାଲ ଇସାରା ଦେଇଛନ୍ତି।

ଏହାପୂର୍ବରୁ ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ବିରୋଧୀ ଦଳରୁ ଅଲଗା ହୋଇ ଆଗାମୀ ଲୋକସଭା ନିର୍ବାଚନରେ ‘ଏକଲା ଚଲୋ’ ନାରା ଦେଇଥିଲେ। 

ad-week
Leave A Reply

Your email address will not be published.