ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ତଥା ବିଜେଡି ସଭାପତି ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଶିକ୍ଷାବିତ ଡଃ ମଧୁସୂଦନ ମହାପାତ୍ର ଯୋଗ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ ପ୍ରଫେସର ଅମିୟ ରଞ୍ଜନ କାନୁନଗୋ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କୃତିତ୍ୱ ଯେତିକି ଜରୁରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କରାଇବା ଅଭିଭାବକଙ୍କ ଜରୁରୀ ତେବେ ଯାଇ ବିଦ୍ୟାଳୟ ଶୀର୍ଷ ସ୍ଥାନରେ ପହଂଚି ପାରିବ । ଶିକ୍ଷାର ଲକ୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ପ୍ରୟାସ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟର ସଭାପତି ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ
ବରିଷ୍ଠ ଆଇନ ଜୀବୀ ବିଜୟ କୁମାର ମହାନ୍ତି, ବିପିନ ବିହାରୀ ମନ୍ତ୍ରୀ, ଧ୍ରୁବ ଚରଣ ନାୟକ, ଶିକ୍ଷକ ସଂଜୀବ କୁମାର ନାୟକ, ସନାତନ ଦାସ, ପ୍ରଶାନ୍ତ ଦାଶ,ବରିଷ୍ଠ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ସ୍ମିତା ରାଣୀ ନାୟକ,ସୁନନ୍ଦା ପଟ୍ଟନାୟକ, ଆଇନଜୀବୀ ବିରୂପାକ୍ଷ ପଣ୍ଡା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କଂହର, ଫୁଲବାଣୀ ନଗର ସଭାପତି ବିମଳ ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ମହାନ୍ତିଙ୍କ ସମେତ ବିଦ୍ୟାଳୟର ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା l

ad-week
Leave A Reply

Your email address will not be published.