ବ୍ୟବସାୟୀ ଙ୍କ ଘରୁ ୩୦ ଲକ୍ଷ ଟଙ୍କା ର ସୁନା ଗହଣା ଚୋରି ଅଭିଯୋଗ…

add-all

ଚିକିଟୀ— ସ୍ଥାନୀୟକେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ର ପ୍ରତିଷ୍ଠିତ ବ୍ୟବସାୟୀ ପି. ନାଗେଶ୍ୱର ରାଓ ସୁବୁଦ୍ଧି ଙ୍କ ଘରୁ ଗତ ବିଳମ୍ବିତ ରାତିରେ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ହଜାର ଟଙ୍କା ଚୋରି ହୋଇଥିବା କେ ନୂଆଗାଁ ଥାନା ରେ ନାଗେଶ୍ୱର ଅଭିଯୋଗ କରିଛନ୍ତି l ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ସାଢେ ଦୁଇଟା ସମୟରେ ଦୁଇ ଜଣ ମୁଖା ପିନ୍ଧା ଧାରି ଦୁର୍ବୃତ୍ତ ମୁଖ୍ୟ ରାସ୍ତା କଡରେ ଥିବା ଘରର ବାହାର ପଟୁ ଭେଣ୍ଟିଲେସନବାଟେ ହାତ ପୁରାଇ ଭିତର ପଟୁ ପଡ଼ିଥିବା ଗେଡା ଖୋଲି ବେଡ଼ ରୁମ ରେ ପଶି ଆଲମିରାର ଚାବି ଖୋଲି ପ୍ରାୟ ୫୦ ତୁଳା ସୁନା ଓ ୧୦ ହଜାର ଟଙ୍କା ଚୋରି କରି ଆଉ ଏକ କୋଠରୀକୁ ଯିବା ସମୟରେ ଶବ୍ଦ ହେବାରୁ ବେଡ଼ ରୁମରେ ଶୋଇଥିବା ନାଗେଶ୍ୱର ଙ୍କ ପତ୍ନୀ କବାଟ ଖୋଲା ଥିବା ଦେଖି ଚିତ୍କାର କରିଥିଲେ ଫଳରେ ସ୍ୱାମୀ ଓ ପୁଅ ଉଠି ପାଟିକରିବାରୁ ଚୋର ମାନେ ଦୌଡିକି ପଳେଇଥିଲେ ବୋଲି ନାଗେଶ୍ୱର ବାବୁ କହିଛନ୍ତି ଓ ସେ ଏ ନେଇ ଥାନରେ ଅଭିଯୋଗ କରିବା ପରେ କେ ନୂଆଗାଁ ଥାନା ଅଧିକାରୀ କିଶୋର ଚନ୍ଦ୍ର ସାମଲ ସଦଳ ବଳ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରି ଫେରିଛନ୍ତି l ତତ୍ ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଂଚି ତଦନ୍ତ ସରିଛି l ଖୁବ ଶୀଘ୍ର ଘଟଣା ର ଫର୍ଦ୍ଧାଫାଶ ହେବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ସାମଲ କହିଛନ୍ତି l

ad-week
Leave A Reply

Your email address will not be published.