‘୧୭ ଲକ୍ଷ ନକଲି ଭୋଟର’ଙ୍କ ତାଲିକା ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

add-all

କୋଲକାତା : ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟରେ ଥିବା ପ୍ରାୟ ୧୭ ଲକ୍ଷ ତଥାକଥିତ ନକଲି ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ନକଲି ଭୋଟରଙ୍କ ନାଁ,ଗାଁ ଓ ଠିକଣା ରହିଥିବା ତାଲିକାଗୁଡ଼ିକୁ ସେ ବ୍ୟାଗରେ ଭର୍ତ୍ତି କରି ନିର୍ବାଚନ କମିଶନଙ୍କ ନିକଟରେ ଦଖଲ କରିଛନ୍ତି।
ବୁଧବାର ଶ୍ରୀ ଅଧିକାରୀ ୨୪ଟି ବ୍ୟାଗରେ ନକଲି ଭୋଟରଙ୍କ ତାଲିକା ସମ୍ପର୍କିତ କାଗଜପତ୍ର ଧରି ପଶ୍ଚିମବଙ୍ଗରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ସେ ଗୋଟିଏ ସ୍ମାରକପତ୍ର ସିଇଓ ଅଫିସରେ ଦାଖଲ କରି ଦାବି କରିଥିଲେ ଯେ ପଶ୍ଚିମବଙ୍ଗରେ ୧୬,୯୧,୧୩୨ ଜଣ ନକଲି ଭୋଟର ଥିବା ବିଜେପି ଚିହ୍ନଟ କରିଛି।
ସେ କହିଛନ୍ତି, “ଏହି ତାଲିକାରେ ପ୍ରାଣ ହରାଇ ସାରିଥିବା ଭୋଟର ଓ ରାଜ୍ୟ ଛାଡ଼ିଥିବା ଭୋଟରଙ୍କ ନାଁ ମଧ୍ୟ ରହିଛି। ସେହିପରି ଜଣେ ଭୋଟରଙ୍କ ନାଁ ଏକାଧିକ ସ୍ଥାନରେ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଭୋଟ ବ୍ୟବଧାନ ୧୭ ଲକ୍ଷ ରହିଥିଲା। ଏବେ ୧୭ ଲକ୍ଷ ନକଲି ଭୋଟରଙ୍କ ତାଲିକା ସାମ୍ନାକୁ ଆସିଛି। ୧୪,୨୬୭ ପୃଷ୍ଠାର ଦସ୍ତାବିଜ ସହ ଆମେ ପେନ ଡ୍ରାଇଭରେ ସବୁ ତଥ୍ୟକୁ ଅପଲୋଡ କରି ସିଇଓ ଅଫିସରେ ଦାଖଲ କରିଛୁ। ଇସିଆଇ ମାର୍ଚ୍ଚ ମାସରେ ବେଙ୍ଗଲ ଆସିବାର ଅଛି। ସେ ସବୁ ରାଜନୀତିକ ଦଳ ସହ ବୈଠକ କରିବେ। ସେହି ସମୟରେ ଆମେ ଏସବୁ ଅନିୟମିତତା ସମ୍ପର୍କରେ ତାଙ୍କୁ ଅବଗତ କରିବୁ।”
ତେବେ ଅଧିକାରୀ ଆଣିଥିବା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ମିଛ ବୋଲି କହିଛି କ୍ଷମତାସୀନ ଟିଏମସି।

ad-week
Leave A Reply

Your email address will not be published.