ଖଲ୍ଲିକୋଟ ବିଧାୟିକାଙ୍କ ଲେଖା ଛିଡ଼େଇ ବାକୁ ଅଣ୍ଟା ଭିଡ଼ିଲେ ବିରୋଧୀ…

add-all


ଦଳ ମୁଖିଆଙ୍କ ପାଖରେ ହେଲେ ଫେରାଦ….

ବ୍ରହ୍ମପୁର : ସାଧରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଉଗ୍ର ରୂପ ନେଲାଣି ବିଜେଡ଼ି ରେ ଗୋଷ୍ଟି କନ୍ଦଳ। ଗଞ୍ଜାମ ଜିଲ୍ଲାରେ ଶାସକ ଦଳ ଭିତରେ ପାଣିପାଗ ଭଲ ନଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇଛି। ଆସିକା ପରେ ଆଜି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଆଗାମୀ ସାଧରଣ ନିର୍ବାଚନ ରେ ଟିକେଟ ନ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଫେରାଦ ହୋଇଛନ୍ତି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଜେଡି ର ଅସନ୍ତୁଷ୍ଟ ଓ ସ୍ୱର୍ଗତ ରାଣୀମାଙ୍କ ସମର୍ଥକ ମାନେ ଆଜି ଶହେରୁ ଉର୍ଦ୍ଧ୍ବ ଗାଡ଼ିରେ ଭୁବନେଶ୍ୱର ଯାଇଛନ୍ତି। ଆଗାମୀ ସାଧରଣ ନିର୍ବାଚନ ରେ ଖଲ୍ଲିକୋଟ ରେ ନୂଆ ମୁହଁଙ୍କୁ ସୁଯୋଗ ଦେଇ ବିଜେଡ଼ି ର ଗଡ଼କୁ ସୁରକ୍ଷିତ ରଖିବା ପାଇଁ ଦାବୀ କରିଛନ୍ତି। ଦୀର୍ଘ ଦିନ ହେଲା ବିଧାୟିକା ଓ ବ୍ଲକ ଅଧକ୍ଷ ଙ୍କ ରାଜୁତି ରାଜା ମାନଙ୍କ ଶାସନ ରୁ ଅଧିକ ହୋଇଥିବା ଯୋଗୁଁ ଲୋକେ ଅତିଷ୍ଠ ହୋଇ ନୂଆ ମୁହଁ କୁ ସୁଯୋଗ ଦେବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ ଜିଲ୍ଲାରେ ଆସିକା, କବିସୂର୍ଯ୍ୟନଗର,ପୋଲସରା ପରେ ଏବେ ଖଲ୍ଲିକୋଟ ରେ ବି ନୂଆ ମୁହଁ ଦାବୀ ଦିନକୁ ଦିନ ଜୋର ଧରୁଛି। ଜିଲ୍ଲାର ଏହି ଚାରୋଟି ନିର୍ବାଚନ ମଣ୍ଡଳୀ ରେ ଲୋକେ କହିଲେଣି ଏବେ ଲେଖା ଛିଡେଇ ବାର ବେଳ ଆସିଛି। ବିଧାୟିକା ହଟାଓ ଖଲ୍ଲିକୋଟ ବାଚାଓ ନାରାରେ କମ୍ପିଲା ରାଜଧାନୀ।

ad-week
Leave A Reply

Your email address will not be published.