ବୋରିଗୁମ୍ମାର ପୋଖରୀରେ ବୁଡ଼ିଗଲେ ଉତ୍ତର ପ୍ରଦେଶର ଯୁବକ

add-all

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ‌ବୋରିଗୁମ୍ମା ଥାନା ଝିଲିମିଲ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ତେଜ ସିଂ। ସେ ଉତ୍ତରପ୍ରଦେଶ ନିବାସୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ତେଜ୍‌ ସିଂ ହେଉଛନ୍ତି ଉତ୍ତର ପ୍ରଦେଶର ମୂଳ ନିବାସୀ। ସେ ଅନ୍ୟମାନଙ୍କ ସହିତ ଆସି ବୋରିଗୁମ୍ମାରେ ରହୁଥିଲେ। ଏହି ଅଞ୍ଚଳରେ ସାଇକେଲରେ ‌ଜିନିଷପତ୍ର ବିକ୍ରି କରି ପେଟ ପୋଷୁଥିଲେ। ଆଜି ପୋଖରୀରେ ଗାଧୋଇବା ସମୟରେ ହଠାତ ତାଙ୍କର ଗୋଡ଼ ଖସିଯାଇଥିଲା। ଫଳରେ ସେ ଗଭୀର ପାଣିରେ ବୁଡ଼ିଯାଇ ଥିଲେ। ଆଖପାଖ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବୋରିଗୁମ୍ମା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଭୀର ପାଣି ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ ପରେ ପାଣିରୁ ତେଜ ସିଂଙ୍କୁ ଉଦ୍ଧାର କରି ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.