
ଜୟପୁର: ଯନ୍ତାରେ ପଡ଼ିଲା ଉତ୍ପାତିଆ ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ଅଞ୍ଚଳରେ ୩ ମାସ ହେବ ଆତଙ୍କ ମଚାଇଥିଲା ଭାଲୁ । ମାଆ ଭାଲୁ ସହ ୨ଟି ଭାଲୁ ଛୁଆଙ୍କୁ କାବୁ କରିଛି ବନବିଭାଗ । ଜଣକୁ ଆହତ ଓ ଜଣକ ଜୀବନ ନେଇଛି ଭାଲୁ ।
ଦୁଇ ଦୁଇ ଥର କଳାହାଣ୍ଡିରୁ ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ଆସିଲେ ହେଲେ ବିଫଳ ହୋଇ ଫେରିଗଲେ । ବନ ବିଭାଗ ଓ ଭାଲୁ ମଧ୍ୟରେ ଲୁଚକାଳି ଖେଳ ପରେ ଗତ କାଲି ରାତି କାଠରଗଡ଼ା ବନ ଖଣ୍ଡର କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଭାଲୁର ଗତି ପଥକୁ ଯାଞ୍ଚ୍ କରି ଗୁରୁମାଇଗୁଡ଼ା ଗାଁର ଏକ ଆଖୁ ବାଡ଼ରେ ଯନ୍ତା ଲଗାଯାଇଥିଲା
ଖାଦ୍ୟ ଅନ୍ୱେଷଣରେ ଆସି ଯନ୍ତାରେ ପଡ଼ିଥିଲେ ମାଆ ଭାଲୁ ସହ ୨ଟି ଛୁଆ ଭାଲୁ । ୩ଟି ଭାଲୁଙ୍କୁ ଉଦ୍ଧାର କରାଯାଇ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରୁ ସ୍ଵତନ୍ତ୍ର ଟିମ୍ ଦ୍ବାରା ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି । ଉଦ୍ଧାର ଭାଲୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କୋରାପୁଟ ଡିଏଫ୍ଓ ।
