ପମ୍ପରୁ ବାହାରୁଛି ପାଣି ମିଶ୍ରିତ ପେଟ୍ରୋଲ, ଥାନାରେ ଏତଲା

kalipuja

ଜଗତସିଂହପୁର: ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି ମିଶ୍ରିତ ପେଟ୍ରୋଲ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ଜଣେ ମହିଳା ଆଡଭୋକେଟ୍ କୁଜଙ୍ଗ ଷଣ୍ଡପୁର ନିକଟ ପେଟ୍ରୋଲ ପମ୍ପରେ ୬ ହଜାର ଟଙ୍କାର ପେଟ୍ରୋଲ ପକାଇଥିଲେ । ତେଲ ପକାଇ ସାରିବା ପରେ ଗାଡି ଷ୍ଟାର୍ଟ ହୋଇନଥିଲା । ମେକାନିକ୍ ଡାକିବା ପରେ ଟାଙ୍କିରେ ପାଣି ମିଶା ତେଲ ପଡିଥିବା ଜାଣିବାକୁ ପାଇଥିଲେ ।

ଏନେଇ ଆଇନଜୀବୀ ଜଣକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ପଚାରିବାରୁ ଷ୍ଟାଫ୍ ତାଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ଥାନାରେ ଏତଲା ଦେବା ସହ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ । ଯୋଗାଣ ଅଧିକାରୀ ପହଂଚି ପେଟ୍ରୋଲ ସାମ୍ପୁଲ ନେଇ ଟେଷ୍ଟ ପାଇଁ ଲାବ୍ରୋଟାରୀକୁ ପଠାଇଛନ୍ତି ।

ad-week
Leave A Reply

Your email address will not be published.