ରେଡ୍‌ ବେଳେ ବାହାରିଲା ବିଡା ବିଡା ଟଙ୍କା, ୬୦ କୋଟିର କାର୍‌ ଠାବ

add-all

ଆୟକର ବିଭାଗ ହାତରେ ଲାଗିଲା କୁବେର ଖଜଣା। ରେଡ୍‌ ବେଳେ ବାହାରିଲା ବିଡା ବିଡା ଟଙ୍କା। କେବଳ ସେତିକି ନୁହେଁ ୬୦ କୋଟିର ଅଧିକ ଟଙ୍କାର କାର୍‌ ମଧ୍ୟ ଜବତ ହୋଇଛି। ବଂଶୀଧର ତମାଖୁ ନାମକ କମ୍ପାନୀରେ ରେଡ୍‌ ବେଳେ ଏ ସମସ୍ତ ସମ୍ପତ୍ତି ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ହାତରେ ଲାଗିଛି।

କାନପୁର ସ୍ଥିତ ବଂଶୀଧର ତମାଖୁ କାରଖାନାରେ ଗତକାଲି ଠାରୁ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି। କାନପୁର, ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ସମେତ ଏକକାଳୀନ ୨୦ଟି ସ୍ଥାନରେ ରେଡ୍‌ କରିଛି ଆୟକର ବିଭାଗ। ଆଜି ଏହି ରେଡ୍‌ର ଦ୍ୱିତୀୟ ଦିନ। ଚଢ଼ାଉ ବେଳେ ବିଡା ବିଡା ଟଙ୍କା ସମେତ ବହୁ ଦାମୀ ଜିନିଷ ମଧ୍ୟ ରେଡ୍‌ରେ ସାମିଲ କର୍ମଚାରୀଙ୍କ ହାତରେ ଲାଗିଛି।

ଏହି ତମାଖୁ କମ୍ପାନୀର ମାଲିକଙ୍କ ପୁଅର ଦିଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ ବେଳେ ୬୦ କୋଟି ଟଙ୍କାରୁ ଅଧିକ ଦାମ୍‌ର କାର୍ ମିଳିଛି। ଯେଉଁଥିରେ ୧୬ କୋଟି ଟଙ୍କାର ରଲ୍ସ ରୟାସ ଫ୍ୟାଣ୍ଟମ୍‌ କାର୍‌ ମଧ୍ୟ ସାମିଲ ଅଛି। କେବଳ ସେତିକି ନୁହେଁ ତାଙ୍କ ଘରୁ ମ୍ୟାକଲେରନ୍‌, ଲମ୍ବର୍ଗିନି, ଫେରାରି ଭଳି ଲଗ୍‌ଜୁରୀ ଗାଡି ମଧ୍ୟ ଜବତ କରିଛି ଆୟକର ବିଭାଗ। କୁହାଯାଉଛି ଯେ, ଆୟକର ବିଭାଗ ଚଢ଼ାଉ ବେଳେ ନଗଦ ୪.୫ କୋଟି ଟଙ୍କା ଜବତ କରିଛି। ଏଥିସହ କିଛି ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ପାଇଛି।

ସୂଚନା ମୁତାବକ, ଉକ୍ତ ତମାଖୁ କମ୍ପାନୀ ହିସାବ-କିତାବରେ ଦର୍ଶାଯାଇଥିବା କମ୍ପାନୀକୁ ଫେକ୍‌ ଚେକ୍‌ ଜାରି କରୁଥିଲା। ଉକ୍ତ କମ୍ପାନୀର ନିଜର ଆୟ ୨୦ରୁ ୨୫ କୋଟି ଟଙ୍କା ଦେଖାଉଥିବା ବଳେ ପ୍ରକୃତ ଆୟ କିନ୍ତୁ ୧୦୦ରୁ ୧୫୦ କୋଟିରୁ ଅଧିକ ଥିଲା। ତେଣୁ ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗର ଟିମ୍‌ ଏହି ତମାଖୁ କମ୍ପାନୀର ବିଭିନ୍ନ ଅଫିସରେ ଗତ ୧୬ ଘଣ୍ଟାରୁ ଅଧିକ ସମୟ ହେବ ରେଡ୍‌ ଜାରି ରଖିଛି।

ad-week
Leave A Reply

Your email address will not be published.