ଏଣିକି ଆଗୁଆ ମିଳିବ ସୂଚନା: କଟକ, ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ରାଡାର

add-all

ଭୁବନେଶ୍ୱର : ଆଗୁଆ ମିଳିବ ବନ୍ୟା ସୂଚନା । କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ବାଲେଶ୍ୱର ରେ ଡ଼ଫ୍ଲର ରାଡାର ଅଧାକାମ ଶେଷ ହୋଇଛି ସମ୍ବଲପୁରରେ ଉପକରଣ ପହଞ୍ଚି ସାରିଛି। ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ମଧ୍ୟ ପ୍ରତିଷ୍ଠା ହେବ। ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡିଶା ରହିଛି । ବାତ୍ୟା ଓ ବନ୍ୟା ଆଗୁଆ ସୂଚନା ନେଇ ଆମେ ଅଧିକ ଵ୍ୟଵସ୍ଥା ରାଜ୍ୟରେ କରିବାକୁ ଯାଉଛୁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ad-week
Leave A Reply

Your email address will not be published.