ଉଦ୍ୟାନ କୃଷି ବିଭାଗ, ଫୁଲବାଣୀ ସହାୟତାରେ ଢ଼ିଙ୍ଗୀରି ଛତୁ ଚାଷ କରି ୧୩ ମହିଳା ସ୍ବାବଲମ୍ବୀ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡା ଗ୍ରାମ ପଞ୍ଚାୟତର ଦେହୁରୀ ସାହି ର ମା ସୀତା ଠାକୁରାଣୀ ସ୍ବୟଂ ସହାୟିକା ଗୋଷ୍ଠୀର ୧୩ ଜଣ ସଦସ୍ୟା ଏବେ ଢ଼ିଙ୍ଗୀରିଛତୁ ଚାଷ କରି ବେଶ୍ ସଫଳ ହୋଇଛନ୍ତି l ଆର୍ଥିକ ବର୍ଷ ୨୦୨୩-୨୪ ଏମାନେ ନିଜ ସ୍ଵୟଂ ସହାୟକ ଗୋଷ୍ଠୀ ଗୃହରେ ଏହି ଢ଼ିଙ୍ଗୀରିଛତୁ ଚାଷ କରିଛନ୍ତି l ଏହି ଚାଷ ପାଇଁ ପ୍ରଦାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଲିମ ଦିଆଯାଇ ଥିବା ବେଳେ ଉଦ୍ୟାନ କୃଷି ବିଭାଗ, ଫୁଲବାଣୀ ତରଫରୁ ୮୦୦୦ ଟଙ୍କାର ସବସିଡିରେ ଏହି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ଚ୍ଛତୁ ମଞ୍ଜି ଯୋଗାଇ ଦିଆଯାଇଥିଲା l ଏହି ଚାଷ ପ୍ରାୟ ଶୀତ ଋତୁ ଅର୍ଥାତ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଜାନୁଆରୀ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଚ୍ଛତୁ ଅମଳ ହୋଇଥାଏ l ଚଳିତ ବର୍ଷ ମଧ୍ଯ ଠିକ୍ ସମୟରେ ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ୧୦, ୦୦୦ ଟଙ୍କାର ଛତୁ ବିକ୍ରି ହେଇଥିବା ବେଳେ ଆଗକୁ ଆଉ ପନ୍ଦରରୁ କୋଡ଼ିଏ ହଜାର ଟଙ୍କା ନିଶ୍ଚୟ ଅମଳ ହେବ ବୋଲି ସ୍ଵୟଂ ସହାୟିକା ଗୋଷ୍ଠୀର
ସଦସ୍ୟା ତଥା ପ୍ରଦାନ ଏନ ଜି ଓ ର ମାଷ୍ଟର ଟ୍ରେନର ସସ୍ମିତା ପ୍ରଧାନ କହିଛନ୍ତି l ଫୁଲବାଣୀ ବଜାରରେ ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ବିକ୍ରି କରୁଛନ୍ତି। ଛତୁ କିଲୋ ପ୍ରତି ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି l
ଏହି ଛତୁ ବିକ୍ରି କରି ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟାମାନେ ବେଶ୍ ଲାଭବାନ ହୋଇପାରିଛନ୍ତି l ଫୁଲବାଣୀ ସହରରେ ଏହି କିଛି ବର୍ଷ ହେଲା ଏହି ଚାଷ ହୋଇ ଆସୁଛି । ଶୀତ ରୁତୁ ପରେ ଗ୍ରୀଷ୍ମ ରୁତୁ ଆସିଲେ ଉଦ୍ୟାନ ବିଭାଗ ଫୁଲବାଣୀ ସବସିଡ ସହାୟତା ପ୍ରଦାନ କଲେ ଖରା ଦିନିଆ ପାଳ ଛତୁ ଚାଷ କରାଯିବ ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର କ୍ଳଷ୍ଟର କୋଡ଼ିନେଟର ଜୋ ସଦା କହଁର କହିଛନ୍ତି l

ad-week
Leave A Reply

Your email address will not be published.