୧୪ଶ ରାଜ୍ୟ ସ୍ତରୀୟ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ:ଝାରସୁଗୁଡାକୁ ପରାସ୍ତ କରି କେନ୍ଦୁଝର ଚମ୍ପିୟାନ…

add-all


ଦେବଗଡ, : ୩ା୩ ଦେବଗଡ ପୌରାଂଚଳ ମହୁଲଢିପାସାହି(୧୧ନମ୍ବର ୱାର୍ଡ)ନାଳ ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୪ଶ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଝାରସୁଗୁଡାର ସୁଭମ ସ୍ପୋର୍ଟିଂକୁ ୫୫ ରନରେ ପରାସ୍ତ କରି କେନ୍ଦୁଝରର ୱେଭ୍ ଷ୍ଟର୍ମ ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବେ ସମ୍ବଲପୁରର ମୁକେଶ ଦଳେଇ ଓ କୁଚିଣ୍ଡାର ଡିଲେଶ୍ୱର ଦାସଭାୟା ପଡରିଚାଳନା କରିଥିଲେ । ବି.କ୍ଷୀରୋଦ କୁମାର, ପରିତୋଷ ସାହୁ ଓ ରୁଦ୍ର ଭଞ୍ଜ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଳେ ଭାଷ୍ୟକାର ଭାବେ ରଞ୍ଜନ କୁମାର ସାହୁ ଓ ବେଣୁଧର ଗଡନାୟକ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଅପରାହ୍ନରେ ମହାବୀର କ୍ଲବର ସଭାପତି କାର୍ତିକ ମହାକୁଳଙ୍କ ସଭାପତିତ୍ୱ ଓ ଉପସଭାପତି ପ୍ରୀତମ କୁମାର ବେହେରାଙ୍କ ସଂଯାଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଜିଲା କ୍ରିକେଟ ଏସୋସିଏସନର ସମ୍ପାଦକ ଇଂ ସୁଜିତ କୁମାର ପ୍ରଧାନ, ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବରିଷ୍ଠ ଆଇନଜୀବୀ ସଚ୍ଚିକାନ୍ତ ଦାଶ, ସ୍ୱେଚ୍ଛାସେବୀ ଭୋଳେଶ୍ୱର ପ୍ରଧାନ, ବସନ୍ତ କୁମାର ବେହେରା ଓ ଅରୁଣ କୁମାର ଭଞ୍ଜ ଯୋଗଦେଇ ଚମ୍ପିୟାନ କେନ୍ଦୁଝରର ୱେଭ୍ ଷ୍ଟର୍ମ ଓ ରନର୍ସ ଅପ୍ ଝାରସୁଗୁଡାର ସୁଭମ ସ୍ପୋର୍ଟିଂକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଆଜିର ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସୌଭାଗ୍ୟ ରାଉତଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ, ଭରତ ସ୍ୱାଇଁଙ୍କୁ ମ୍ୟାନ ଅଫ୍ ଦ ସିରିଜ, ଶ୍ରେଷ୍ଠ ବୋଲର ଭାବେ ଏମ୍‌ଡି ଆବୁଜାର ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିଶାଲ ହାତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସମ୍ପାଦକ ରାଜୀବ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା ଆୟୋଜନରେ ମହାବୀର କ୍ଲବର ଆଲୋକ ମହାପାତ୍ର, ସୁବାସ ପ୍ରଧାନ, ପ୍ରଶାନ୍ତ କୁମାର ଭଞ୍ଜ, ସ୍ୱସ୍ତିକ ମହାପାତ୍ର, ଅଭିଳାଶ ମିଶ୍ର,ବିକାଶ କୁମାର ପ୍ରଧାନ, ଦୀପକ କୁମାର ସାହୁ,ରାକେଶ ଦାଶ, ତନ୍ମୟ ଘୋଷ, ରଞ୍ଜନ ଶଙ୍ଖାରୀ, ଆଶିଷ ଦଣ୍ଡିଆ, ଅଜିତ ଦଣ୍ଡିଆ, ତନ୍ମୟ ପ୍ରଧାନ, ନିଳାଂଚଳ ନାଏକ, ରଞ୍ଜନ କୁମାର ସାହୁ, ବି. କ୍ଷୀରୋଦ କୁମାର, ଅମରେଶ ଦେବ,ଗଣେଶ ବାଘ ଓ ପରିତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.