କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଦେବଗଡ (୧୪ା୩) : ରିଆମାଳ ବ୍ଲକ ତେନ୍ତଳାବାହାଳ ଗ୍ରାମ ପଂଚାୟତ ସଦର ମହକୁମାରେ ଜିଲା କଂଗ୍ରେସର ଏକ ପଂଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ ଯୋଗଦେଇ ଦଳୀୟ କର୍ମୀ ମାନଙ୍କ ସହିତ ସମ୍ପୃକ୍ତ ଅଂଚଳର ବିଭିନ୍ନ ସମସ୍ୟା ଓ ଏଗୁଡିକର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ପ୍ରତ୍ୟେକ କର୍ମୀ ଘର ଘର ବୁଲି ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ କରିବାସହ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ କରିବାକୁ ପରାମର୍ଶର୍ ଦେଇଥିଲେ । ଏହି ଅବସରରେ କଂଗ୍ରେସ କର୍ମୀ ମାନେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ । ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ଦଳବେହେରା ,ଶ୍ରୀତମ ସାହୁ ଓ ଦ୍ୱିତୀକୃଷ୍ନ ପ୍ରଧାନଙ୍କ ସମେତ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.