ଘୋଡ଼ା ବେପାର ସମ୍ଭାବନା……!!
ଭୁବନେଶ୍ୱର : ମେଣ୍ଟ କୁ ନେଇ “କଭି ହାଁ କଭି ନାଁ” ଯୋଗୁଁ ଦିନକୁ ଦିନ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଲେଖା ଛିଡୁନ ଥିବା ଯୋଗୁଁ ଆଶାୟୀଙ୍କ ଛାତି ଧଡ଼ ଧଡ଼ ହେଉଛି। ସେମାନେ ଆଶାୟୀ ଥିବା ନିର୍ବାଚନ ମଣ୍ଡଳୀ ମେଣ୍ଟ ହେଲେ କାହା ଭାଗରେ ଟିକେଟ ପଡ଼ିବ ସେନେଇ ଦ୍ଵନ୍ଦରେ ରହିଛନ୍ତି। ମେଣ୍ଟ ହେଲେ ବିଜେପି ବିଜେଡ଼ି କିଏ କେଉଁ ଆସନ ରେ ପ୍ରାର୍ଥୀ ଦେବେ ତାହାକୁ ନେଇ ତର୍ଜମା ଚାଲିଥିବା ଯୋଗୁଁ ରାଜନୈତିକ ଛକା ପଞ୍ଜା ଲାଗିରହିଛି। ଭାଗବଣ୍ଟା ସରିବା ପରେ ନିର୍ବାଚନ ରେ କାହାର କେତେ ଦମ ଦେଖିବା ପରେ ଘୋଡ଼ା ବେପାର ହେବାର ସମ୍ଭାବନା ରହିଛି ବୋଲି ରାଜ ନୈତିକ ମହଲରେ ଚର୍ଚ୍ଚା ହେଉଛି।
କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇଁ ନିଜେ ବିଜେପି ନିଜର ସ୍ବାର୍ଥ ହାସଲ କରିବା ସକାଶେ ମେଣ୍ଟ ଆଡ଼େ ଢଳିଥିବା ଚର୍ଚ୍ଚା ହେଉଛି। ଏପଟେ ରାଜ୍ୟ ରେ ଦୀର୍ଘ ୧୫ ବର୍ଷ ହେଲା ବିଜେପିରେ ଥାଇ ବିଜେଡ଼ି ବିରୋଧ ରେ ଗଳାଫଟା ଭାଷଣ ବାଜି କରୁଥିବା ନେତା ଏବେ ଜଳକା ହୋଇ ଥିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ହେଲା ଆମେ ଏଥର ଶାସନ ଗାଦିରେ ବସିବୁ ବୋଲି ଦିବା ସ୍ୱପ୍ନ ଦେଖୁଥିବା ବିଜେପିର ସ୍ୱପ୍ନ ପୂରଣ ହେବକି ? ଭାଗୁଆଳି ସରକାର ଯଦି ହେଲେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବେଳେ ପୁଣି ପଦ ପଦବୀକୁ ନେଇ ଦ୍ୱନ୍ଦ୍ୱ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯଦି ମେଣ୍ଟର ବିଜୟ ହେଲେ କ୍ଷମତା ପାଇଁ ପୁଣି ଛକାପଞ୍ଜା ଲାଗିବା ସହ ଘୋଡ଼ା ବେପାର ବେଳେ କେଉଁ ଦଳକୁ ମହଙ୍ଗା ପଡ଼ିବ ଦେଖିବାକୁ ବାକିରହିଲା । ବେଳ ଥାଉ ଥାଉ ସାଧୁ ସାବଧାନ……….
