
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଖେଳ ପଡିଆରେ ଚଳିତ ମାସ ତା: ୯/୩/୨୪ ରିଖ ଦିନରୁ ଶାଗର ଇଲେଭେନ କମିଟି ପକ୍ଷରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଥିଲା ! ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ବିଭିନ୍ନ ଅଞ୍ଚଳରୁ ଆସି ରାଏବଗା ଖେଳ ପଡିଆ ରେ ଭାଗ ନେଇଥିବା ବେଳେ ଆଜି ଫାଇନାଲରେ ରାଏବଗାର ଶାଗର ଇଲେଭାନ ଟିମ ଓ ଖଟକୁଲବହାଲ ସହିତ ଫାଇନାଲ ମେଚ ହେଇଥିଲା ! ଏହି ଖେଳରେ ମୁଖ୍ୟ ଅତିଥି ଭାବେ କୁଆଁରମୁଣ୍ଡା ବ୍ଲକ ସଭାପତି ଶ୍ରୀ ରାଜେଶ କୁମାର ହାସଦା ଯୋଗ ଦେଇ ଖେଳର ଶୁଭ ଆରମ୍ଭ କରିଥିଲେ ! ଏବଂ ଖେଲାଲି ମାନଙ୍କୁ ଶ୍ରୀ ହାସଦ୍ଦା ଭୋଳ ଖେଳ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ! ଏହି କିର୍କଟ ଟୁର୍ଣ୍ଣାମେଣ୍ଟରେ ପରାସ୍ତ ହେଇଥିବା ରାଏବଗା ଶାଗର ଇଲେଭାନ ଟିମକୁ ୯,୦୦୦ ଏବଂ ବିଜୟୀ ହେଇଥିବା ଖଟକୁଲବହାଲ ଟିମକୁ ୧୮,୦୦୦ ଟଙ୍କା ପୁରସ୍କୃତ ବିତରଣ କରିଥିଲେ ! ଏହି ଖେଳରେ ଆଦର୍ସ ସାହୁ ବାପି,ବିକି ସାହୁ,ସନି ୟାଦଭ ଟିଆ, ରାହୁଲ ସାହୁ, ଅଜୟ ସିଂ ଓ ରିତେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ !
