ଜିଲ୍ଲାସ୍ତରୀୟ ପୋଷଣପକ୍ଷ ଉତ୍ସବ ପାଳିତ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉତ୍ସଵ ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜ ବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁର ହଜାରେ ଦିନ ପାଇଁ ଖାଦ୍ୟ ଓ ଯତ୍ନ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ l ଗ୍ରାମାଞ୍ଚଳରେ ଶିଶୁ ମାନଙ୍କର କିଭଳି ଯତ୍ନ ନିଆଯାଇ ପାରିବ ଓ ପୌଷ୍ଟିକ ଖାଦ୍ୟ ପ୍ରଦାନ କରି ତାର ମାନସିକ ଓ ଶାରୀରିକ ବିକାଶ ହୋଇପାରିବ ସେ ଦିଗରେ ସମସ୍ତେ ସକ୍ରିୟର କନ୍ଧମାଳ ଦେବାକୁ ଆହ୍ୱାନ ଦେଇଥିଲେ l କନ୍ଧମାଳ ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କ୍ରିଷ୍ଣା ପଣ୍ଡା, ଫୁଲବାଣୀ ସବଡ଼ିଭିଜନ ଓ ବାଲିଗୁଡା ସବଡ଼ିଭିଜନ ର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ନିବେଦିତା ପ୍ରଧାନ ଓ ବୈଜୟନ୍ତୀ ମଲିକ ଯଥାକ୍ରମେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ଉତ୍ସବ ରେ ମିଲେଟ ମିଶନ, ପୃଷ୍ଟିକର ଖାଦ୍ୟ ଅଙ୍ଗନବାଡି ୱାର୍କର ମାନେ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ l ରନ୍ଧା ଖାଦ୍ୟକୁ ନେଇ ପ୍ରତିଯୋଗିତା ହୋଇଥିଲା l ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ପାଇଁ ହାତ ତିଆରି ଖେଳନା ଅଙ୍ଗନବାଡି କର୍ମୀ ମାନେ ତିଆରି କରି ପ୍ରଦର୍ଶିତ କରିଥିଲେ l ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଶିଶୁ ମାନେ ଭାଗ ନେଇଥିଲେ l ଶିଶୁମାଙ୍କର ଉଚ୍ଚତା ଓ ଓଜନ ନିଆଯାଇଥିଲା l ମିଲେଟ ମିଶନ, ନ୍ୟୁଟ୍ରିସନ ଖାଦ୍ୟ, ସୁନ୍ଦରସ୍ୱାସ୍ଥ୍ୟ ଓ ହାତ ତିଆରି ଖେଳନା କୁ ନେଇ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ପୁରସ୍କାର ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି ଉତ୍ସଵ ରେ 12ଟି ପ୍ରକଳ୍ପ ର ସି ଡି ପି ଓ, ସମସ୍ତ ଶିଶୁ ପର୍ଯ୍ୟବେକ୍ଷିକା ଅଙ୍ଗନୱାର୍ଡି କର୍ମୀ,ହେଲ୍ପର, ପୋଷଣ ବିସି, ଓ ଛୁଆ ମାନଙ୍କର ମାଆ ମାନେ ଯୋଗ ଦେଇଥିଲେ l ଖାଦ୍ୟ ପଞ୍ଚସୂତ୍ରୀ, ଅଦ୍ବୀକା, ବାଲ୍ୟ ବିଭାହ, କୁ ରୋକିବା, ପୋଷଣ ଭାଟିକା, ଗ୍ରାମଞ୍ଚଳରେ ମିଲେଟ ମିଶନ ଓ ଅର୍ଗନିକ ଖାଦ୍ୟ, ଅମ୍ଲାନ କାର୍ଯ୍ୟକ୍ରମ, ସମ୍ବନ୍ଧରେ ପ୍ରୋଗ୍ରାମ ଅଫିସର, ସି ଡି ପି ଓ ମାନେ ଓ ଡି ପି ଏଚ ଓ ଶ୍ରୀମତୀ କଲ୍ୟାଣୀ ମିଶ୍ର ବକ୍ତବ୍ୟ ରଖିଥିଲେ l ଫୁଲବାଣୀ ଅଙ୍ଗନବାଡି କର୍ମୀ ମାନେ ମିଲେଟ ମିଶନ, ନ୍ୟୁଟ୍ରିସନ, ଓ ହାତ ରନ୍ଧା ଖାଦ୍ୟ ପ୍ରସ୍ତୁତ ଉତ୍ତମ ହୋଇଥିବାରୁ ପ୍ରଶଂସିତ ହୋଇଥିଲେ l ପି ଓ କ୍ରିଷ୍ଣା ସମସ୍ତଙ୍କୁ ପୋଷଣ ଖାଦ୍ୟ ଖାଇବା ଓ ଶିଶୁ ମାନଙ୍କୁ ପ୍ରଦାନ ପାଇଁ ଶପଥ ପାଠ କରାଇଥିଲେ l ଶେଷରେ ବାଲିଗୁଡା ପି ଓ ବୈଜୟନ୍ତୀ ମଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.