ସୁନିଲ କୁମାର ସାହୁଙ୍କୁ “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍”ର ସଂଯୋଜକ ଭାବେ ଦାୟୀତ୍ୱ

add-all

ବ୍ରହ୍ମପୁର : ଆଗାମୀ ସାଧାରଣ ନିର୍ବାଚନ – ୨୦୨୪ (ଉଭୟ ଲୋକସଭା ଓ ବିଧାନସଭା) ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟରେ ୮ ଟି ମିଡ଼ିଆ ସେଣ୍ଟର୍ ଗଠନ କରାଯାଇଛି । ଏଥି ମଧ୍ୟରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ସଂସଦୀୟ କ୍ଷେତ୍ରକୁ ନେଇ “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍” ରହିଛି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ନିର୍ବାଚନ ମିଡ଼ିଆ ପରିଚାଳନା କମିଟିର ଦାୟୀତ୍ୱରେ ଥିବା ରାଜ୍ୟ ପ୍ରବକ୍ତା ସଜ୍ଜନ୍ ଶର୍ମା “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍” ର ସଂଯୋଜକ ଭାବେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସୁନିଲ କୁମାର ସାହୁଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି ଏବଂ ପ୍ରଭାରୀ ଭାବେ ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ ରହିଛନ୍ତି । ପୂର୍ବରୁ ସୁନିଲ କୁମାର ସାହୁ ବ୍ରହ୍ମପୁର ମହାନଗରର ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଠୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ଜିଲ୍ଲା ଉପସଭାପତି ସହ ଜିଲ୍ଲା ମିଡ଼ିଆ ପ୍ରଭାରୀ ଦାୟୀତ୍ବ ସୁଚାରୁରୂପେ ତୁଲାଇସାରିଛନ୍ତି । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍” ସଂଯୋଜକ ଭାବେ ଗୁରୁଦାୟୀତ୍ବ ଦେଇଥିବାରୁ ଶ୍ରୀ ସାହୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି,ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ,ରାଜ୍ୟ ନିର୍ବାଚନ ମିଡ଼ିଆ ପରିଚାଳନା କମିଟିର ଦାୟୀତ୍ୱରେ ଥିବା ରାଜ୍ୟ ପ୍ରବକ୍ତା ସଜ୍ଜନ୍ ଶର୍ମା,ରାଜ୍ୟ ପ୍ରବକ୍ତା ସୁଜିତ କୁମାର ଦାଶ,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ନେତୃବୃନ୍ଦଙ୍କ ଠାରେ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

ad-week
Leave A Reply

Your email address will not be published.