ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଣେ ମୃତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ମାଧପୁର ପର୍ଯ୍ୟନ୍ତ ଚାଲିଥିବା ପୂର୍ତ୍ତ ବିଭାଗ କାର୍ଯ୍ୟ ପାଇଁ ଅନେକ ଦୁର୍ଘଟଣା ଘଟିଛି । ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ବେଫିକର ରହି ଦିନ ରାତି କାମ କରୁଥିବା ଦେଖୁବାକୁ ମିଳିଛି ଗତକାଲି ସନ୍ଧ୍ୟା ବେଳେ ଦୁତିମେଣ୍ଡି ମଲିକସାହି ଠାରେ ପିରିକୁଡି ଗ୍ରାମର କେଶବ ସାହାଣୀ (୬୦)ନାମକ ବ୍ୟକ୍ତି ଖଜୁରୀପଡ। ଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ରାସ୍ତା ଉପରେ ଏଣେ ତେଣେ ଗଦା ହୋଇ ଥିବା ଗୋଡ଼ି ଏବଂ ଛିଟିକି ଥୂବା ଗୋIଡିରେ ବାଇକ ଖସି ରାସ୍ତା ଉପରେ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାରକରି ଖଜୁରୀପଡା ମେଡିକାଲ ପଠେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାସ୍ତା ନିର୍ମାଣ କରୂଥ‌ିବ। ଠିକାଦାର ମନେ ମନଇଚ୍ଛା ରାସ୍ତା ଉପରେ ବାଲି, ଗୋଡି, ପାଣିଟାଙ୍କି ଟ୍ରାକ୍ଟର ଆଦି ରଖି କାମ କରୁ ଥିବାରୁ ଯାତାୟତରେ ବହୁତ ସମସ୍ୟା ହେଉଛି ବୋଲି କହିଛନ୍ତି ଗ୍ରାମବାସୀ l ରାତିରେ ହଠାତ ବସ ଟ୍ରକ ଲାଇଟରେ ଛୋଟ ଗାଡି ଗୁଡିକୁ ସ୍ଥାନ ଚିହ୍ନଟ କରି ନପାରି ଦୁର୍ଘଟଣାର ଶୀକାର ହେଉଛନ୍ତି । ବିଭାଗ ତରଫରୁ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ କାମ ଉପରକୁ ଆସୁନଥିବାରୁ ଠିକାଦାର ମାନେ ମନଇଚ୍ଛା କାମ କରୁଥିବା ଦେଖିବାକୁ ମିଳୁଛି। ଏହାର ପ୍ରତିବାଦରେ ମଲିକ ସାହିରେ ରାସ୍ତା ରୋକ ମଧ୍ୟ ହୋଇଥିଲା । ଖବର ପାଇ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଘଟଣା ସ୍ଥଳରେ ଲୋକଙ୍କୁ ବୁଝାସୁଝା କରିଥିଲେ ।

ad-week
Leave A Reply

Your email address will not be published.