ବଟି ମାଗିବା ପଡ଼ିଲା ମହଙ୍ଗା : ଆସିକା ସାଂସଦଙ୍କ ଦୁଇ ନାତିଙ୍କ ନାମ ରେ ମାମଲା ରୁଜୁ….

youtube

ବାଲି ଗାଡିକୁ ଅଟକାଇବା ଓ ଧମକ ଦେବା ନେଇ ଅଭିଯୋଗ…..


ଵ୍ରହ୍ମପୁର: ୨୦-୩ ଆସିକା ଥାନା ଅନ୍ତର୍ଗତ ଚେରମରିଆ ବ୍ରିଜ ନିକଟରେ ବେଆଇନ ଭାବେ ବାଲି ହାଇବା କୁ ଅଟକାଇ ବା ନେଇ ଲିଜ ଧାରୀ ସୁଧାନିଧି ଚୌଧୁରୀଙ୍କ ଅଭିଯୋଗ ପ୍ର କାରେ ଆସିକା ଥାନା ରେ ଏକ ମାମଲା ୨୧୬/୨୪ ରେ ଏକ ମାମଲା ଆଇ ପି ସି ଧାରା ୩୪୧/୨୯୪/୫୦୬/୩୮୭/୩୪ ରୁଜୁ ହୋଇ ତଦନ୍ତ ଚାଲିଛି। ସୁଧାନିଧି ଚୌଧୁରୀ ଙ୍କ ଅଭିଯୋଗ ପ୍ରକାରେ ଚେରମାରିଆ ଗ୍ରାମ ର କିଛି ବ୍ୟକ୍ତି ଗତ ସୋମବାର ଦିନ ଗୁଡିସର ନିକଟ ଋଷିକୂଲ୍ୟା ନଦୀର ବାଲି ଘାଟ ରୁ ବାଲି ନେଇ ଆସୁଥିବା ହାଇବା କୁ ଅଟକାଇ ମାସିକ ପାଞ୍ଚ ଲକ୍ଷ ଟଙ୍କା ଓ ପ୍ରତି ଗାଡି ପିଚା ଏକ ହଜାର ଟଙ୍କା ଦାବି କରିବା ସହିତ ଲିଜ ଧାରୀ ସୁଧାନିଧି କୁ ଜୀବନ ରେ ମାରିଦେବା ଧମକ ଦେଇଥିଲେ। ଖବର ପାଇ ଆସିକା ପୋଲିସ ର ଏକ ଟିମ ସେଠାରେ ପହଞ୍ଚି ବାଲି ଗାଡି ଗୁଡିକ ର କାଗଜ ପତ୍ର ଯାଞ୍ଚ କରି ଛାଡିଥିଲା।ସୁଧାନିଧି ଶେରଗଡ଼ ତହସିଲ ଅନ୍ତର୍ଗତ ଗୁଡିସର ନିକଟ ବାଲି ଘାଟ କୁ ସରକାର ଙ୍କ ଠାରୁ ପାଞ୍ଚ ବର୍ଷ ଲିଜ ସୂତ୍ର ରେ ନେଇ ବାଲି ଉତ୍ତୋଳନ କରୁଛନ୍ତି। ବାଲି ଗାଡି କେନ୍ଦୁପଦର ଚେରମରିଆ ସେତୁ ରାସ୍ତା ଦେଇ ଆସିକା ବ୍ରହ୍ମପୁର ରାସ୍ତା ରେ ଯାଉଥିବା ବେଳେ ଗତକାଲି ଗାଡି କୁ ଅଟକାଇ କିଛି ବ୍ୟକ୍ତି ଦାଦାବଟି ଦାବି କରିଥିଲେ। ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କ ବଡ଼ ପୁଅ ଦିଲ୍ଲୀପ ବିଷୋୟୀ ଙ୍କ ପୁଅ ଅନୀଲ ବିଷୋୟୀ,ସୁନୀଲ ବିଷୋୟୀ ଙ୍କ ସମେତ ଯୋଗୀ ବିଷୋୟୀ, ଅରବିନ୍ଦ ବିଷୋୟୀ, ବଳରାମ ବିଷୋୟୀ ଙ୍କ ସମେତ ୩୦ ଜଣ ୫୯ ନମ୍ବର ଜାତୀୟ ରାଜପଥ ରେ ଚେରମରିଆ ଛକ ନିକଟରେ ଗାଡ଼ି ଅଟକାଇ ଟଙ୍କା ଦାବୀ କରିଥିବା ଅଭିଯୋଗ କରିଛନ୍ତି।ଏହା ସହିତସୁପାରୀ ଦେଇ ସୁଧାନିଧି ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି, ବୋଲି ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ କିଛି ଗୋଦି ମିଡ଼ିଆ କୁ ଘଟଣା ସ୍ଥଳକୁ ଡାକି ମଧ୍ୟ ଢାଲ କରିଥିବା ନେଇ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଆଜି କାଲି ସାମ୍ବାଦିକତା କମ କିନ୍ତୁ ଦଲାଲି ସହିତ ମାଫିଆ ମାନଙ୍କୁ ସୁରକ୍ଷା କବଚ ଭାବେ କାମ କରିବାରେ ବ୍ୟସ୍ତ ତେଣୁ ଏହିଭଳି ସାମ୍ବାଦିକ ମାନଙ୍କୁ ଚି଼ହ୍ନଟ କରି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଯଦି ପ୍ରଶାସନ ସଜାଗ ନରୁହେ ତେବେ ଆଗାମୀ ଦିନରେ ଆସିକା ଅଞ୍ଚଳ ରେ ଚୋରା ବାଲି ବ୍ୟବସାୟ କୁ ନେଇ ଆଇନ ଶୃଙ୍ଖଳା ବିଗିଡିବାର ସମ୍ଭାବନା ରହିଛି।

Leave A Reply

Your email address will not be published.