ଗଞ୍ଜାମ ଅବକାରୀ ବିଭାଗ ର ଏବେ ପୁଷ ମାସ, ବାଜିଲା ନିର୍ବାଚନୀ ବିଗୁଲ …!

ଜିଲ୍ଲା ଅବକାରୀ ବିଭାଗ ର ବଡ଼ ପଣ୍ଡା ମାନେହିଁ ବଡ଼ ମାଫିଆ..!!

youtube

ନିର୍ବାଚନ ପାଇଁ ଏବେ ଠାରୁ ଗୁପ୍ତ ଗୋଦାମ ଓ ଶୀତଳ ଭଣ୍ଡାର ରେ ମଦ ଗଚ୍ଛିତ…!!

ବ୍ରହ୍ମପୁର : ୨୦-୩ ନିର୍ବାଚନ ବିଗୁଲ ବାଜୁ ବାଜୁ ଗଞ୍ଜାମ ଜିଲ୍ଲାର ମଦ ମାଫିଆ ଓ ଅବକାରୀ ବିଭାଗ ସକ୍ରିୟ ହେବା ନେଇ ଚର୍ଚ୍ଚା ହେଉଛି। ବାବୁ ମାନଙ୍କ ଆଶୀର୍ବାଦ ରୁ ମଦ ମାଫିଆ ମାନେ ଏବେ ଠାରୁ ମଦକୁ ଗୁପ୍ତ ଗୋଦାମ ର ଶୀତଳ ଭଣ୍ଡାର ରେ ମହଜୁଦ କରି ରଖିଲେଣି। ଏବେ ବାବୁ ମାନଙ୍କ ବ୍ୟାଙ୍କ ଖତାରେ ରେ ପୁଳା ପୁଳା ଟଙ୍କା ଆସୁଥିବା ନେଇ ଚାରି ଆଡେ ଚର୍ଚ୍ଚା ହେଲାଣି। ନିର୍ବାଚନ ବେଳେ ଅଧିକ ସ୍ଥାନରେ ତନଖି କୁ ଆଖି ଆଗରେ ରଖି ବାବୁ ଓ ମାଫିଆ ମାନେ ହାତକୁ ହାତ ମିଶାଇ ବିଭିନ୍ନ ଗୁପ୍ତ ଗୋଦାମ ନେଇ ମଦ କୁ ମହଜୁଦ କରି ରଖୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ବେଳେ ଧର୍ମକୁ ଆଖି ଠାର ଭଳି ଆଗରୁ ଦୋକାନକୁ ସିଲ କରି ଗୁପ୍ତ ଗୋଦାମ ରେ ଗଚ୍ଛିତ ଥିବା ମଦକୁ ଚଢ଼ା ଦରରେ ବିକ୍ରି କରା ଯାଉଥିବାର ନଜିର ରହିଛି। ଏହି କାରଣରୁ ମହୁମାଛି ମହୁ ସଂଗ୍ରହ କଲା ଭଳି ମଦ ମାଫିଆ ମାନେ ବାବୁ ମାନଙ୍କ ସହଯୋଗ ରେ ମଦ ପ୍ରସ୍ତୁତି ଓ ମହଜୁଦ କରିବାରେ ଲାଗି ରହିଥିବା ଚର୍ଚ୍ଚା ହେଉଛି। ଏହି ଗୁପ୍ତ ଗୋଦାମ ଗୁଡ଼ିକୁ ପୋଲିସ ଓ ଅବକାରୀ ବିଭାଗ ସୁରକ୍ଷା ଦେଉଛି ନା ଚଢ଼ାଉ କରୁଛି ଦେଖିବାକୁ ବାକି ରହିଲା। ଦିନରାତି ଚୋରାରେ ଯେଉଁ ଭଳି ଭାବେ ମଦ ପ୍ରସ୍ତୁତି ଚାଲିଛି ଆଗାମୀ ଦିନରେ ଏହି ଅପମିଶ୍ରଣ ମଦ ଯୋଗୁଁ ମଦ ମୃତ୍ୟୁ କୁ ଏଡେଇ ହେବ ନାହିଁ। ସବୁ ଜାଣି ପକେଟ ରେ ମାଲ ନେଇ ପ୍ରଶାସନ ପୁରା ଚୁପ l ମୁଖ୍ୟତଃ ଆସିକା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର,ଖଲ୍ଲିକୋଟ, କୋଦଳା, ପୋଲସରା, ଚିକିଟି, ଦିଗପହଣ୍ଡି, ଗୋପାଳପୁର, କୁକୁଡାଖଣ୍ଡି, ଦିଗପହଣ୍ଡି, ପାତ୍ରପୁର ଏବଂ ସଦର ବ୍ରହ୍ମପୁର ଅଞ୍ଚଳ ରେ ବିଭିନ୍ନ ଭଡାଘରେ ମାଫିଆ ମାନେ ଦେଶୀ ଓ ବିଦେଶୀ ମଦ ନିର୍ବାଚନ କୁ ଆଖି ଆଗରେ ରଖି ଗଛିତ କରିବାରେ ଲାଗିଲେଣି ଏଥିରେ ସିଧା ସଳଖ ସହଯୋଗ କରୁଛି ଅବକାରୀ ବିଭାଗ ବୋଲି ଚର୍ଚ୍ଚା ହେଉଛି l ଗଞ୍ଜାମ, ଓ ବ୍ରହ୍ମପୁର ଅବାକରୀ ବିଭାଗ ର ଛୋଟିଆ କର୍ମଚାରୀ ବି କୁବେର ପାଲୋଟି ଗଲେଣି ଏଠାରେ ଦୁର୍ନୀତି ନିବାରଣ ବିଭାଗ କୋମାରେ କାରଣ ଅବାକରୀ ବିଭାଗ ର ଗେଲ୍ହା ପୁଅ ଅବକାରୀ ବିଭାଗ କହିଲେ କିଛିବି ଭୁଲ ହେବ ନାହିଁ l ସୂଚନା ଦେଲେ କିମ୍ବା ସୂଚନା ମାଗିଲେ ବାବୁ ମାନଙ୍କ ନାଲି ଆଖି l ରାଜ୍ୟ ପ୍ରଶାସନ ଇ ଡି, ରାଜ୍ୟ ଭିଜିଲାନ୍ସ ବିଭାଗ ଏବଂ କ୍ରାଇମ ବ୍ରାଞ୍ଚ ଦ୍ଵାରା ଯଦି ଅନୁସନ୍ଧାନ କରାଯାଏ ତେବେ ଜିଲ୍ଲା ରେ ଥିବା ଅନେକ ଭଦ୍ର ମୁଖା ପିନ୍ଧି ଥିବା ଅଫିସ ମାନଙ୍କ ଚେହେରା ପଦାକୁ ଆସିବ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଏହି ଅବକାରୀ ବିଭାଗ ର ବଡ଼ ପଣ୍ଡା ମାନେହିଁ ପ୍ରକୃତ ମାଫିଆ ବୋଲି ଲୋକେ କହିଲେଣି l ଆଗକୁ ଅଛି ନିର୍ବାଚନ ତେଣୁ ଏବେ ଠାରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ବିଭାଗ ସଜାଗ ନରହିଲେ ଆଗକୁ ଏହି ମଦ ପାଇଁ ବହୁ ମୂଲ୍ୟ ଦେବାକୁ ପଡିପାରେ…!!

Leave A Reply

Your email address will not be published.