ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀର ବ୍ୟବସାୟୀ ମୋହନ ସାହୁଙ୍କ ମୃତ୍ୟୁ

add-all

ଫୁଲବାଣୀ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀ ନଦିଖଣ୍ଡି ସାହିର ଜଣେ ଯୁବକ ମୋହନ ସାହୁ (୪୨)ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ। ଗତ ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ ଫେରୁଥିବା ବେଳେ ସୋମବାର ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ବେଳେ ମୋହନ ପରିସ୍ରା କରିବା ପାଇଁ ଉଠି ଟ୍ରେନ୍ ର ଶୌଚାଳୟ କୁ ଯାଇଥିଲେ। ଶୌଚାଳୟ ରୁ ବାହାରି ନିଜ ବର୍ଥକୁ ଫେରିବା ବାଟରେ ଗେଟ ପାଖରେ ପଡିଥିବା ପାଣିରେ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ବାହାରକୁ ଖସି ପଡିଥିଲେ। ଫଳରେ ଟ୍ରେନ୍ ର ଟ୍ରାକ୍ ଭିତରେ ପଡି ଯାଇଥିଲେ। ଏହା ଦ୍ବାରା ତାଙ୍କ ସମ୍ପୁର୍ଣ୍ଣ ଶରୀର ଛିନ୍ନବିଛିନ୍ନ ହୋଇ ଯାଇଛି। ଏହା ତାଙ୍କ ପରିବାର ଲୋକେ ଯାଣିବା ବେଳକୁ ଟ୍ରେନ୍ ଟି ପ୍ରାୟ ୭୦ କିମି ଦୁରକୁ ଚାଲି ଯାଇଥିଲା। ପରିବାର ଲୋକେ ଟ୍ରେନ୍ କୁ ଅଟକାଇ ଖୋଜାଖୋଜି କରିବା ବେଳକୁ ମୋହନ ବିଜୟନଗରମ ନିକଟରେ ପଡିରହିଥିବା ସୁଚନା ପାଇଲେ। ଆଜି ରେଳବାଇ ପୋଲିସ ଶବକୁ ବ୍ଯବଚ୍ଛେଦ କରି ପରିବେଶକୁ ହସ୍ତତନ୍ତର କରିଛନ୍ତି। ମୋହନଙ୍କର ସ୍ତ୍ରୀ ଏବଂ ଦୁଇଟି ପୁଅ ସମେତ ମାତା ପିତା ଭାଇ ମାନେ ଫୁଲବାଣୀରେ ଅଛନ୍ତି। ମୋହନ ଜଣେ ମେଳାପି ଓ ମିଷ୍ଟଭାସି ଯୁବ ବ୍ଯବସାୟୀ ଥିଲେ। ତାଙ୍କର ଏହି ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସମେତ ସମଗ୍ର ନଦିଖଣ୍ଡି ସାହି ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.