ବରିଷ୍ଠ ସାମ୍ବାଦିକ ଙ୍କ ମୋବାଇଲ ଛଡାଇବା ମହାଙ୍ଗା ପଡ଼ିଲା : ଦୁର୍ଦ୍ଧାନ୍ତ ଅପରାଧୀ କାହ୍ନୁ ମହାରଣା କୁ ଗିରଫ କଲା ପୋଲିସ

add-all


ବ୍ରହ୍ମପୁର: ୨୩-୩ ବ୍ରହ୍ମପୁର ପୋଲିସ ଜିଲ୍ଲାର ନିମଖଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଗତ ୧୬ ତାରିଖ ଦିନ ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ବରିଷ୍ଟ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ ଶକ୍ତି ନଗର ସପ୍ତମ ଲାଇନରେ ଛିଡା ହୋଇ ମୋବାଇଲ ରେ କଥା ହେଉଥିଲେ। ଏତିକି ବେଳେ ଏକ ବାଇକ ରେ ଆସି ଜଣେ ଦୁର୍ବୁର୍ତ୍ତ ହାତରୁ ମୋବାଇଲ ଟିକୁ ଛଡ଼ାଇ ଦ୍ରୁତ ଗତିରେ ଚାଲିଯାଇଥିଲା। ଏନେଇ ବ୍ରହ୍ମପୁର ଏପିସ ଙ୍କୁ ହେମାଙ୍ଗ ପ୍ରସାଦ ରାଉଳ ସୂଚନା ଦେଇଥିଲେ। ଏସ ପି ସଙ୍ଗେ ସଙ୍ଗେ ନିମଖଣ୍ଡି ପୋଲିସ କୁ ସେ ଅଞ୍ଚଳ ର ସିସି କେମେରା କୁ ଯାଞ୍ଜ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ନିମଖଣ୍ଡି ଥାନା ଅଧିକାରୀ ରେବତୀ ଶବର, ଏସ.ଆଇ ଅଭିଶେକ ପାଣ୍ଡବଙ୍କ ସମେତ ଏକ ଟିମ ଗଠନ କରି ଉକ୍ତ ଚୋରର ଖୋଜ ଖବର କରିଥିଲେ। ଆଜି ଉକ୍ତ ଘଟଣା ରେ ସମ୍ପୃକ୍ତ ଥିବା ଗେଟବଜାର, ରାଧାକୃଷ୍ଣ ସାହିର ର ଦୁର୍ଦ୍ଧାନ୍ତ ଅପରାଧୀ କାହ୍ନୁ ମହାରଣା ଙ୍କୁ ଗିରଫ କରି ଉକ୍ତ ମୋବାଇଲ ସହ ଆଉ ଏକ ମୋବାଇଲ ଓ ବାଇକ ଜବତ କରିଥିବା ଜଣାପଡ଼ିଛି। ଏନେଇ ନିମଖଣ୍ଡି ଥାନା କେଶ ନମ୍ବର ୮୮/୨୪ ଏକ ମାମଲା ରୁଜୁ କରିବା ସହ ୩୯୨ ଆଇପିସି ଧାରାରେ କାହ୍ନୁ କୁ କୋର୍ଟ ଚାଲାଣ କରାଯାଇଛି। ନିମଖଣ୍ଡି ଥାନା ଅଧିକାରୀ ରେବତୀ ଶବର ଉକ୍ତ ଚୋରୀ ହୋଇଥିବା ମୋବାଇଲ କୁ ହେମାଙ୍ଗ ପ୍ରସାଦ ରାଉଳ ଙ୍କୁ ଜିମା ଦେଇଛନ୍ତି l ସୂଚନା ଥାଉକି କାହ୍ନୁ ମହାରଣା ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ ମାମଲା ରହିଥିବା ବ୍ରହ୍ମପୁର ଏସପି ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.